Categories: ଖେଳ

ପ୍ରଥମ ଆଇପିଏଲ ଟିମ୍ ଭାବେ ସୋସିଆଲ ମିଡିଆରେ ନୂଆ କୀର୍ତ୍ତିମାନ ରଚିଲା ସିଏସକେ

ନୂଆଦିଲ୍ଲୀ, ୧୭। ୮: ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସର ପ୍ରଶଂସକ କାହିଁରେ କେତେ। ୨୦୨୩ରେ ପଞ୍ଚମ ଥର ଲାଗି ଟାଇଟଲ ହାସଲ କରିଥିଲା ଦଳ। ଏବେ ଏହା ଆଉ ଏକ କୀର୍ତ୍ତିମାନ ରଚିଛି। ପ୍ରଥମ ଆଇପିଏଲ ଟିମ୍ ଭାବେ ସୋସିଆଲ ମିଡିଆ ପ୍ଲାଟଫର୍ମ ଟୁଇଟରରେ ଦଳର ଫଲୋଅର୍ସ ସଂଖ୍ଯା ୧ କୋଟିରେ ପହଞ୍ଚିଛି। ତେବେ ଏହି ମାମଲାରେ ରୋହିତ ଶର୍ମାଙ୍କ ନେତୃତ୍ବାଧୀନ ମୁମ୍ବାଇ ଇଣ୍ଡିଆନ୍ସ ୮୨ ଲକ୍ଷ ଫଲୋଅର୍ସ ସହ ଦ୍ବିତୀୟ ସ୍ଥାନରେ ରହିଛି। ସେହିଭଳି ଆରସିବି ୬୮ ଲକ୍ଷ ଫଲୋଅର୍ସ ସହ ୩ୟ ସ୍ଥାନରେ ଅଛି। ଏହି ତାଲିକାର ନିମ୍ନରେ ଗୁଜରାଟ ଟାଇଟନ୍ସ ରହିଛି। ଏବେ ଦଳର ୫ ଲକ୍ଷ ୨୨ ହଜାର ଫଲୋଅର୍ସ ଅଛନ୍ତି।

Share