Categories: ଖେଳ

ଇନଷ୍ଟାଗ୍ରାମରେ ସବୁଠାରୁ ଅଧିକ ଫଲୋୟର୍ସ ବାଲା ଟିମ ହେଲା ସିଏସକେ

ନୂଆଦିଲ୍ଲୀ,୧୬।୧୨: ଆଇପିଏଲର ଦୁଇଟି ସଫଳ ଦଳ ହେଉଛି ମୁମ୍ବାଇ ଏବଂ ଚେନ୍ନାଇ। ଏହି ଉଭୟ ଦଳ ୫-୫ ଥର ଆଇପିଏଲ ଟାଇଟଲ ଜିତିଛନ୍ତି ଏବଂ ଅନେକ ଥର ପ୍ଲେ ଅଫ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଏହି କାରଣରୁ, ଏହି ଦୁଇ ଶ୍ରେଷ୍ଠ ଦଳ ମଧ୍ୟରେ ପାରସ୍ପରିକ ପ୍ରତିଦ୍ୱନ୍ଦ୍ୱିତା ମଧ୍ୟ ଜବରଦସ୍ତ ହୋଇଛି। ପଡ଼ିଆରେ ତଥା ପଡ଼ିଆ ବାହାରେ ସୋସିଆଲ ମିଡିଆରେ ମୁମ୍ବାଇ ଏବଂ ଚେନ୍ନାଇ ଦଳ ମଧ୍ୟରେ ଅନେକ ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିଛି।

ଏହି ଦୁଇଟି ବଡ ଆଇପିଏଲ ଦଳର ପ୍ରଶଂସକଙ୍କ ମଧ୍ୟରେ ଲଗାତାର ଝଗଡା ହେଉଛି, ଯାହା ଏହି ଦୁଇ ଦଳର ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଫଲୋୟର୍ସଙ୍କ ସଂଖ୍ୟା ବୃଦ୍ଧି ଏବଂ ହ୍ରାସକୁ ପ୍ରଭାବିତ କରିଥାଏ। ଡିସେମ୍ବର ୧୫ରେ, ମୁମ୍ବାଇ ଇଣ୍ଡିଆନ୍ସ ଦଳ ଏଭଳି ଘୋଷଣା କରିଥିଲେ, ଯାହା ପରେ ସେମାନଙ୍କର ସୋସିଆଲ ମିଡିଆ ପ୍ରଶଂସକମାନେ ସେମାନଙ୍କୁ ଅନଫଲୋ କରିବା ଆରମ୍ଭ କଲେ। ମୁମ୍ବାଇ ଗତ ଦଶ ବର୍ଷ ଧରି ଅଧିନାୟକ ଥିବା ଓ ୫ ଥର ଚାମ୍ପିଅନ କରାଇଥିବା ରୋହିତ ଶର୍ମାଙ୍କୁ ହଟାଇ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନୂତନ ଅଧିନାୟକ କରିଥିଲା।
ମୁମ୍ବାଇ ଇଣ୍ଡିଆନ୍ସର ଏହି ପଦକ୍ଷେପର ପ୍ରଭାବ ସୋସିଆଲ ମିଡିଆରେ ଦେଖାଗଲା ଏବଂ କିଛି ଘଣ୍ଟା ମଧ୍ୟରେ ସେମାନେ ଲକ୍ଷ ଲକ୍ଷ ଫଲୋୟର୍ସଙ୍କୁ ହରାଇଲେ। ଚେନ୍ନାଇ ସୁପର କିଙ୍ଗ୍ସ ଏଥିରୁ ଉପକୃତ ହୋଇଥିଲେ। ମହେନ୍ଦ୍ର ସିଂ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗ୍ସର ଅନୁଗାମୀଙ୍କ ସଂଖ୍ୟା ପୂର୍ବରୁ ବହୁତ ଅଧିକ ଥିଲା, କିନ୍ତୁ ମୁମ୍ବାଇର ଏହି ବଡ ପଦକ୍ଷେପ ପରେ ଚେନ୍ନାଇ ସୁପର କିଙ୍ଗ୍ସ ଦଳ ଇନଷ୍ଟାଗ୍ରାମରେ ସର୍ବାଧିକ ଅନୁସରଣକାରୀଙ୍କ ସହ ଆଇପିଏଲ ଦଳ ହୋଇଥିଲେ। ଇନଷ୍ଟାଗ୍ରାମରେ ଚେନ୍ନାଇ ସୁପର କିଙ୍ଗ୍ସର ଅନୁଗାମୀଙ୍କ ସଂଖ୍ୟା ବର୍ତ୍ତମାନ ସର୍ବାଧିକ ୧୩ ମିଲିୟନରୁ ଅଧିକ ହୋଇଛି। ଏଥି ସହିତ ମୁମ୍ବାଇ ଇଣ୍ଡିଆନ୍ସର ଅନୁଗାମୀଙ୍କ ସଂଖ୍ୟା ୧୨.୯ମିଲିୟନକୁ ହ୍ରାସ ପାଇଛି।

Share