Categories: ଖେଳ

ଏଲ କ୍ଲାସିକୋ ମ୍ୟାଚରେ ସିଏସକେ-ଏମଆଇ ଲଢ଼େଇ…

ଚେନ୍ନାଇ,୬।୫ : ଆଇପିଏଲ ୨୦୨୩ ର ୪୯ ତମ ମ୍ୟାଚରେ ପାଞ୍ଚ ଥର ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସ (ଏମଆଇ) ଶନିବାର ଚେନ୍ନାଇର ଏମଏ ଚିଦାମ୍ବରମ୍‌ ଷ୍ଟାଡିୟମରେ ଅପରାହ୍ନ ସାଢ଼େ ୩ଟାରେ ଚାରିଥର ଚାମ୍ପିଅନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ସହିତ ମୁହାଁମୁହିଁ ହେବ। ଏହି ମ୍ୟାଚକୁ ଆଇପିଏଲର ଏଲ କ୍ଲାସିକୋ ମଧ୍ୟ କୁହାଯାଉଛି। କାରଣ ଉଭୟ ଲିଗର ସଫଳତମ ଦଳ ଅଟନ୍ତି। ଏଲ କ୍ଲାସିକୋ ହେଉଛି ଏକ ସ୍ପାନିସ ଶବ୍ଦ ଯାହାର ଅର୍ଥ ଉତ୍କୃଷ୍ଟ। ସ୍ପେନ ଫୁଟବଲରେ ବାର୍ସିଲୋନା-ରିଅଲ ମାଡ୍ରିଡ ମ୍ୟାଚକୁ ଏଲ କ୍ଲାସିକୋ କୁହାଯାଏ, କାରଣ ଉଭୟ ଲା ଲିଗାର ସବୁଠାରୁ ସଫଳ କ୍ଲବ।
ଏହି ସିଜିନ ପୂର୍ବରୁ ଉଭୟ ଦଳ ମଧ୍ୟ ସଂଘର୍ଷ କରିଛନ୍ତି। ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ଚେନ୍ନାଇ ମୁମ୍ବାଇକୁ ସାତ ୱିକେଟରେ ପରାସ୍ତ କରିଛି। ଧୋନିଙ୍କ ସୁପର କିଙ୍ଗ୍ସରୁ ରୋହିତଙ୍କ ପାଲଟାନ ପ୍ରତିଶୋଧ ନେବାକୁ ଚାହିଁ ବସିଛି। ଚେନ୍ନାଇ ଦଳ ଏପର୍ଯ୍ୟନ୍ତ ୧୦ ଟି ମ୍ୟାଚ ଖେଳିଛି, ସେଥିମଧ୍ୟରୁ ପାଞ୍ଚଟି ଜିତିଥିବାବେଳେ ଚାରିଟି ପରାଜୟର ସମ୍ମୁଖୀନ ହୋଇଛି। ବର୍ଷା ଯୋଗୁ ଗୋଟିଏ ମ୍ୟାଚରେ ପଏଣ୍ଟ ଭାଗ ହୋଇଛି। ଚେନ୍ନାଇ ବର୍ତ୍ତମାନ ୧୧ ପଏଣ୍ଟ ସହ ପଏଣ୍ଟ ଟେବୁଲରେ ତୃତୀୟ ସ୍ଥାନରେ ରହିଛି । ଏଥି ସହିତ, ମୁମ୍ବାଇରେ ପାଞ୍ଚଟି ବିଜୟ ଏବଂ ଚାରିଟି ପରାଜୟ ସହିତ ନଅ ମ୍ୟାଚରୁ ୧୦ ପଏଣ୍ଟ ରହିଛି୧ ପଏଣ୍ଟ ଟେବୁଲରେ ଦଳ ଷଷ୍ଠ ସ୍ଥାନରେ ରହିଛି।

ଚେନ୍ନାଇ ସୁପର କିଙ୍ଗ୍ସ ପ୍ଲେଇଙ୍ଗ ୧୧ରେ ଡିଭନ କନୱେ, ରିତୁରାଜ ଗାଇକୱାଡ, ଅଜିଙ୍କ୍ୟ ରାହାନେ, ଶିବମ ଦୁବେ, ମୋଇନ ଅଲି, ଏମଏସ ଧୋନି (କ୍ୟାପଟେନ/ ଓ୍ବିକେଟକିପର), ରବିନ୍ଦ୍ର ଜାଡେଜା, ମିଚେଲ ସାଣ୍ଟନର୍‌ / ମହେଶ ତିଖସ୍ନା, ଦୀପକ ଚହର, ମାଥୀଶା ପୃଥରିନା, ତୁଷାର ଦେଶପାଣ୍ଡେ ରହିଛନ୍ତି। ।

ସେହିପରି ମୁମ୍ବାଇ ଇଣ୍ଡିଆନ୍ସ ପ୍ଲେଇଙ୍ଗ ୧୧ରେ ରୋହିତ ଶର୍ମା (କ୍ୟାପଟେନ), ଇଶାନ କିଶନ (ୱିକେଟ କିପର), କ୍ୟାମେରନ ଗ୍ରୀନ, ସୂର୍ଯ୍ୟକୁମାର ଯାଦବ, ତିଲକ ଭର୍ମା, ଟିମ ଡେଭିଡ, ନେହଲ ୱାଡେରା, ହ୍ରିତିକ ଶୋକିନ, ଜୋଫ୍ରା ଆର୍ଚର, ପୀୟୁଷ ଚାୱଲା, ଆକାଶ ମାଧୱାଲ ପ୍ରମୁଖ ଅଛନ୍ତି।

Share