ଚେନ୍ନାଇ ସୁପର୍‌ କିଙ୍ଗ୍ସକୁ ୧୭୪ ରନ୍‌ର ଟାର୍ଗେଟ୍‌

ପୁଣେ,୪।୫: ପୁଣେର ଏମସିଏ ଷ୍ଟାଡିୟମରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ୪୯ତମ ଆଇପିଏଲ୍‌ ମ୍ୟାଚ୍‌ ଖେଳାଯାଉଛି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ବେଙ୍ଗାଲୁରୁ ନିର୍ଦ୍ଧାରିତ ଓଭରରେ ୮ ଉଇକେଟ୍‌ ହରାଇ ୧୭୩ ରନ୍‌ କରିଛି। ଫଳରେ ଚେନ୍ନାଇ ସୁପର କିଙ୍ଗ୍ସକୁ ୧୭୪ ରନ୍‌ର ବିଜୟ ଲକ୍ଷ୍ୟ ମିଳିଛି। ବେଙ୍ଗାଲୁରୁ ପକ୍ଷରୁ ମାହିପାଲ୍‌ ଲୋମରୋର ୨୭ ବଲ୍‌ରୁ ୪୨ ରନ୍‌ର ପାଳି ଖେଳିଥିଲେ। ସେହିପରି ଅଧିନାୟକ ଫାଫ୍‌ ଡୁପ୍ଲେସିସ୍‌ ୩୮, ବିରାଟ କୋହଲି ୩୦,ଦୀନେଶ କାର୍ତ୍ତିକ ୨୬, ରଜତ ପଟିଦାର ୨୧ ରନ୍‌ କରିଥିଲେ। ଚେନ୍ନାଇ ପକ୍ଷରୁ ମହିଷ ଥିକିଷ୍ଣା ସର୍ବାଧିକ ୩ଟି ଉଇକେଟ୍‌ ନେଇଥିଲେ। ସେହିପରି ମୋଇନ ଅଲ୍ଲି ୨ ଏବଂ ଡ୍ବେନ୍‌ ପ୍ରେଟୋରିୟସ୍‌ ଗୋଟିଏ ଉଇକେଟ୍‌ ନେଇଥିଲେ।

Share