ଧୋନୀଙ୍କୁ ଏହି ଗୀତ ଡେଡିକେଟ୍‌ କଲେ ଓସ୍କାର ବିଜେତା

ମୁମ୍ବାଇ, ୧୬ା୪- ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ଓସ୍କାର ବିଜେତା ମ୍ୟୁଜିକ କମ୍ପୋଜର ଏ. ଆର. ରେହମାନ ବଲିଉଡ୍‌ ଫିଲ୍ମ ଲଗାନର ‘ଚାଲେ ଚାଲୋ’ ଗୀତ ଡେଡିକେଟ୍‌ କରିଛନ୍ତି। ଏହି ଗୀତଟି ଖେଳାଳିଙ୍କୁ ଏକାଠି ହୋଇ ଖେଳିବା ପାଇଁ ଉତ୍ସାହିତ କରେ। ଆଉ ସିଏସ୍‌କେ ଷ୍ଟାର ବ୍ୟାଟ୍ସମ୍ୟାନ ସୁରେଶ ରାଇନାଙ୍କୁ ରଙ୍ଗିଲା ଫିଲ୍ମର ‘ମାଙ୍ଗତା ହେ କ୍ୟା’ ଡେଡିକେଟ୍‌ କରିଛନ୍ତି ରେହମାନ। ଷ୍ଟାର ସ୍ପୋଟର୍‌ସ କ୍ରିକେଟ ଲାଇଭ୍‌ ଶୋ’ରେ ଶୁକ୍ରବାର ଯୋଗଦେଇ ଥିଲେ ରେହମାନ। ଏହି ଅବସରରେ ସିଏସ୍‌କେ ଷ୍ଟାର ଧୋନୀ ଓ ରାଇନାଙ୍କୁ ଗୀତ ଡେଡିକେଟ୍‌ କରିଥିଲେ। ଉଲ୍ଲେଖଥାଉ କି, ରେହମାନଙ୍କୁ ‘ସ୍ଲମ ଡଗ୍‌ ମିଲେନିୟର’ ଫିଲ୍ମର ଗୀତ ‘ଜୟ ହୋ’ ପାଇଁ ୨୦୦୯ରେ ମିଳିଥିଲା ଓସ୍କାର।

Share