Categories: ଖେଳ

ବର୍ଷା ଯୋଗୁ ଲକ୍ଷ୍ନୌ-ଚେନ୍ନାଇ ମ୍ୟାଚ ରଦ୍ଦ

ଲକ୍ଷ୍ନୌ,୩।୫: ଆଇପିଏଲ ସିଜିନ ୧୬ର ୪୪ ତମ ମ୍ୟାଚରେ ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍ସଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ବୁଧବାର ଲକ୍ଷ୍ନୌର ଅଟଳ ବିହାରୀ ଏକନ୍ନା କ୍ରିକେଟ ଷ୍ଟାଡିୟମରେ ଖେଳାଯାଉଥିବା ମ୍ୟାଚ ପୂରା ହୋଇପାରିଲାନି। ପ୍ରଥମ ଇନିଂସର ଶେଷ ଓଭରରେ ବର୍ଷା ଯୋଗୁ ଏହି ମ୍ୟାଚକୁ ରଦ୍ଦ କରିବାକୁ ପଡିଲା। ତେବେ ଉଭୟ ଦଳ ଗୋଟିଏ ଲେଖାଏ ପଏଣ୍ଟ ପାଇଛନ୍ତି।

ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ଏମଏସ ଧୋନି ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ଲକ୍ଷ୍ନୌ ବ୍ୟାଟିଂ କରିଥିଲା। ତେବେ ଭାରି ବର୍ଷା ଯୋଗୁ ଲକ୍ଷ୍ନୌ ୧୯.୨ ଓଭରରେ ୭ ଉଇକେଟ ହରାଇ ୧୨୫ ରନ କରିବାରେ ସକ୍ଷମ ହୋଇଛି।

Share