Categories: ଖେଳ

ଟସ୍‌ ଜିତି ବୋଲିଂ ନେଲା ସିଏସକେ

ଚେନ୍ନାଇ,୧୨।୪: ଆଇପିଏଲ ସିରିଜ ୧୬ର ୧୭ତମ ମ୍ୟାଚ ବୁଧବାର ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ଏବଂ ରାଜସ୍ଥାନ ରୟାଲର୍ସ (ଆରଆର) ମଧ୍ୟରେ ଖେଳାଯାଉଛି।
ତେବେ ମ୍ୟାଚରେ ସିଏସକେ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ଆରଆର ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଛି।

ସିଏସକେ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଥିବା ବେଳେ ରାଜସ୍ଥାନ ରୟାଲ୍ସ ଅଧିନାୟକ ସଞ୍ଜୁ ସାମସନ ରହିଛନ୍ତି। ଉଭୟ ଦଳ ତିନିଟି ଲେଖାଏଁ ମ୍ୟାଚ ଖେଳିଛନ୍ତି ଏବଂ ଉଭୟେ ଚାରୋଟି ପଏଣ୍ଟ ପାଇଛନ୍ତି। ଉନ୍ନତ ନେଟ ରନ ରେଟ ଯୋଗୁ ରାଜସ୍ଥାନ ଦ୍ୱିତୀୟ ସ୍ଥାନରେ ରହିଛି। ଏଥି ସହିତ ଚେନ୍ନାଇ ସୁପର କିଙ୍ଗ୍ସ ପଞ୍ଚମ ସ୍ଥାନରେ ରହିଛି।

Share