Categories: ଖେଳ

ଘରୋଇ ପଡ଼ିଆରେ ହାଇଦ୍ରାବାଦକୁ ଭେଟିବ ଚେନ୍ନାଇ

ଚେନ୍ନାଇ,୨୧।୪: ଚେନ୍ନାଇ ସୁପର କିଙ୍ଗ୍ସ (ସିଏସେ୍‌କେ) ଚଳିତ ଆଇପିଏଲ୍‌ରେ ଶୁକ୍ରବାର ଏମ୍‌ଏ ଚିନାମ୍ବରମ ଷ୍ଟାଡିୟମରେ ସନ୍‌ରାଇଜର୍ସ ହାଇଦ୍ରାବାଦ(ଏସ୍‌ଆର୍‌ଏଚ୍‌) ବିପକ୍ଷରେ ଖେଳିବ। ନିକଟରେ ରାଜସ୍ଥାନ ରୟାଲ୍ସଠୁ କଡା ସଂଘର୍ଷ କରି ହାରିବା ପରେ ସିଏସେ୍‌କେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଥିଲା। ହାଇଦ୍ରାବାଦ ବିପକ୍ଷରେ ସିଏସେ୍‌କେ ପୂର୍ବରୁ ୫ ମ୍ୟାଚ ଖେଳିଥିଲା ବେଳେ ୪ଟି ଜିତିଛି। ସଂପ୍ରତି ଟେବୁଲରେ ଚେନ୍ନାଇ ୫ରୁ ୩ ଜିତି ୬ ପଏଣ୍ଟ ସହ ତୃତୀୟରେ ରହିଥିବା ବେଳେ ହାଇଦ୍ରାବାଦ ହାଇଦ୍ରାବାଦ ୪ ନମ୍ବରରେ ରହିଛି।

Share