Categories: ଖେଳ

ସିଏସ୍‌କେକୁ ବଡ଼ ଝଟ୍‌କା; ଅଲରାଉଣ୍ଡର ମୋଇନ ଅଲି…

ମୁମ୍ବାଇ,୨୬।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ଚଳିତ ସିଜନରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)କୁ ଲାଗିଛି ବଡ଼ ଝଟ୍‌କା। ଦଳର ଅଲରାଉଣ୍ଡର ମୋଇନ ଅଲି ଆହତ ହେବା କାରଣରୁ ଆଗାମୀ କିଛି ମ୍ୟାଚ୍‌ ପାଇଁ ଉପଲବ୍ଧ ରହିବେ ନାହିଁ। ଗୋଇଠିଜନିତ ଆହତ ସମସ୍ୟା କାରଣରୁ ତାଙ୍କୁ ଏକ ସପ୍ତାହ ବିଶ୍ରାମ ଦରକାର। ସେ ଶନିବାର ଟ୍ରେନିଂ ସମୟରେ ଆହତ ହୋଇଥିଲେ। ଏଥିଯୋଗୁ ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ସୋମବାର ଖେଳାଯାଇଥିବା ମ୍ୟାଚ୍‌ରୁ ତାଙ୍କୁ ବାଦ୍‌ ଦିଆଯାଇଥିବା ଜଣାପଡ଼ିଛି। ତେବେ ସେ ଖୁବ୍‌ ଶୀଘ୍ର ଫିଟ୍‌ନେସ ହାସଲ କରିବେ ବୋଲି ଆଶା କରାଯାଉଛି। ମୋଇନଙ୍କ ପୂର୍ବରୁ ସିଏସ୍‌କେ ପେସର ଦୀପକ ଚହର ଓ ଆଡାମ ମିଲନେ ଆହତ ସମସ୍ୟା ଯୋଗୁ ଚଳିତ ସିଜନରୁ ବାଦ୍‌ ପଡ଼ିଛନ୍ତି।

Share