Categories: ଖେଳ

ସିଏସ୍‌କେର ଜୋହାନ୍ସବର୍ଗ ଫ୍ରାଞ୍ଚାଇଜ୍‌ର ନାମ ଘୋଷଣା

ଚେନ୍ନାଇ, ୨ା୯ (ପି.ଟି.): ଦକ୍ଷିଣ ଆଫ୍ରିକା ଟି୨୦କ୍ରିକେଟ (ଏସ୍‌ଏ ୨୦) ପାଇଁ ଚେନ୍ନାଇ ସୁପର କିଙ୍ଗ୍ସ ଲିମିଟେଡ୍‌ (ସିଏସ୍‌କେ-ସିଏଲ୍‌)ର ଜୋହାନ୍ସବର୍ଗଭିତ୍ତିକ ଫ୍ରାଞ୍ଚାଇଜ୍‌ ନାମ ଜୋବର୍ଗ ସୁପର କିଙ୍ଗ୍ସ ରଖାଯାଇଥିବା ଗୁରୁବାର ଘୋଷଣା କରାଯାଇଛି। ଫାଫ୍‌ ଡୁ’ପ୍ଲେସି ଦଳର ଅଧିନାୟକତ୍ୱ କରିବେ। ଷ୍ଟିଫେନ୍‌ ଫ୍ଲେମିଂଙ୍କୁ ଦଳ କୋଚ୍‌ କରାଯାଇଛି। ସିଏସ୍‌କେସିଏଲ୍‌ର ସିଇଓ କେ.ଏସ୍‌. ବିଶ୍ୱନାଥନ, ଏସ୍‌ଏ ଟି୨୦ ଲିଗ୍‌ କମିଶନର ଗ୍ରେମ୍‌ ସ୍ମିଥ୍‌ ଓ ଦି ଓ୍ବାଣ୍ଡର୍ସଙ୍କ ମଧ୍ୟରେ ଆଲୋଚନା ପରେ ଏହି ଘୋଷଣା କରାଯାଇଛି। ଏହି ଅବସରରେ ଟିମ୍‌ର ଲୋଗୋ ମଧ୍ୟ ଉାନ୍ମୋଚିତ ହୋଇଥିଲା।

Share