Categories: ବାଣିଜ୍ୟ

ଏଲ୍‌ଆଇସି ଏଚ୍‌ଏଫ୍‌ଏଲ୍‌ର ସିଏସ୍‌ଆର୍‌ ଅଭିଯାନ

ଭୁବନେଶ୍ୱର,୧୭।୪: ଏଲ୍‌ଆଇସି ହାଉସିଂ ଫାଇନାନ୍ସ ଲିମିଟେଡ୍‌ (ଏଲ୍‌ଆଇସି ଏଚ୍‌ଏଫ୍‌ଏଲ୍‌) ପକ୍ଷରୁ ସ୍ବାସ୍ଥ୍ୟ ସ୍ବରାଜ ସୋସାଇଟିକୁ ଏକ ଆମ୍ବୁଲାନ୍ସ ପ୍ରଦାନ କରାଯାଇଛି। ବିଶେଷ କରି ଏଲ୍‌ଆଇସି ଏଚ୍‌ଏଫ୍‌ଏଲ୍‌ର କର୍ପୋରେଟ ସୋସିଆଲ ରେସପନସିବିଲିଟି (ସିଏସଆର) କାର୍ଯ୍ୟକ୍ରମ ଜରିଆରେ ଉକ୍ତ ଆମ୍ବୁଲାନ୍ସ ଦିଆଯାଇଛି। ଏପରିକି ଏଲ୍‌ଆଇସି ଏଚ୍‌ଏଫ୍‌ଏଲ୍‌ର ସିଏସଆର ଅଭିଯାନ ଏଲ୍‌ଆଇସି ଏଚ୍‌ଏଫ୍‌ଏଲ୍‌ ସଞ୍ଜିବନୀ ଯୋଜନା ଅଧୀନରେ କଳାହାଣ୍ଡି ଜିଲାର ଥୁଆମୂଳ ରାମପୁର ବ୍ଲକ୍‌ର କନିଗୁମା, କେରପାଇ ଓ ସିଲେଟ୍‌ ପଞ୍ଚାୟତର ପ୍ରକଳ୍ପ ଅଧୀନ ଅଞ୍ଚଳ ପାଇଁ ସ୍ବାସ୍ଥ୍ୟ ସ୍ବରାଜ ସୋସାଇଟିକୁ ଏକ ଆମ୍ବୁଲାନ୍ସ ପ୍ରଦାନ କରାଯାଇଛି। ସେହିଭଳି ଆଦିବାସୀ ଲୋକଙ୍କ ମଧ୍ୟରେ ରୋଗ ଚିହ୍ନଟ ପାଇଁ ୟୁରିନ୍‌ ଆନାଲାଇଜର ଓ ଡବ୍ଳ୍ୟୁବିସି ଆନାଲାଇଜର ଭଳି ମେଡିକାଲ୍‌ ଉପକରଣ ମଧ୍ୟ ପ୍ରଦାନ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଏଲ୍‌ଆଇସି ଏଚ୍‌ଏଫ୍‌ଏଲ୍‌ର ଏମ୍‌ଡି ତଥା ସିଇଓ ୱାଇ ବିଶ୍ୱନାଥ ଗୌଡ଼ ଉକ୍ତ ଆମ୍ବୁଲାନ୍ସ ଓ ମେଡିକାଲ୍‌ ଉପକରଣକୁ ସ୍ବାସ୍ଥ୍ୟ ସ୍ବରାଜ ସୋସାଇଟିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆକ୍ୱିନାସ୍‌ ଏଡାସେରିଙ୍କୁ ପ୍ରଦାନ କରିଥିଲେ। ଏପରିକି ସୋସାଇଟିର ମୁଖ୍ୟ କାର୍ଯ୍ୟାଳୟ ଭବାନୀପାଟଣାଠାରେ ଅନୁଷ୍ଠିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ହସ୍ତାନ୍ତର କରାଯାଇଥିଲା।
ଏଲ୍‌ଆଇସି ଏଚ୍‌ଏଫ୍‌ଏଲ୍‌ର ଏମ୍‌ଡି ତଥା ସିଇଓ ୱାଇ ବିଶ୍ୱନାଥ ଗୌଡ଼ କହିଥିଲେ ଆଦିବାସୀ ଲୋକଙ୍କ ପାଖରେ ପହଞ୍ଚିବା ଏବଂ ସେମାନଙ୍କ ସ୍ବାସ୍ଥ୍ୟର ଯତ୍ନ ନେବା ଲକ୍ଷ୍ୟରେ ଏହା ପ୍ରଦାନ କରାଯାଇଛି। ଅନ୍ୟମାନଙ୍କ ମଧ୍ୟରେ ଏଲ୍‌ଆଇସି ଏଚ୍‌ଏଫ୍‌ଏଲ ଇଷ୍ଟ ସେଣ୍ଟ୍ରାଲ୍‌ ଜୋନ୍‌ର ଆଞ୍ଚଳିକ ପ୍ରବନ୍ଧକ ରମେଶ ଚନ୍ଦ୍ର ଖୋରା, କଳାହାଣ୍ଡି ଜିଲା ସିଡିଏମ୍‌ଓ ପିଏଚ୍‌ଓ ଡା. ଗିରିଶ ଚନ୍ଦ୍ର ରାଉତ, ଡିପିଏମ୍‌ ଏନ୍‌ଏଚ୍‌ଏମ୍‌ ଅବନୀ ରଜନ, ଏଲ୍‌ଆଇସି ଏଚ୍‌ଏଫ୍‌ଏଲ୍‌ ଭୁବନେଶ୍ୱରର ଏରିଆ ମ୍ୟାନେଜର ସୁମନ୍ତ କୁମାର ପାଣିଗ୍ରାହୀ ଓ ଏଲ୍‌ଆଇସି ଏଚ୍‌ଏଫ୍‌ଏଲ୍‌ ସିଏସ୍‌ଆର୍‌ ବିଭାଗ ପୂର୍ବାଞ୍ଚଳର ସୌରଭ ଚକ୍ରବର୍ତ୍ତୀ ପ୍ରମୁଖ ଉପସ୍ଥିତ ଥିଲେ। ଏପରିକି ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ ଏନ୍‌ଜିଓ ଓ ଭବାନୀପାଟଣାର ସ୍ଥାନୀୟ ବାସିନ୍ଦା ମଧ୍ୟ ଯୋଗ ଦେଇଥିଲେ।

Share