Categories: ବାଣିଜ୍ୟ

ଜେଏସ୍‌ପିକୁ ସିଏସ୍‌ଆର୍‌ ହେଲ୍‌ଥ ଇମ୍ପାକ୍ଟ ଗୋଲ୍ଡ ଆୱାର୍ଡ

ଭୁବନେଶ୍ୱର,୧୬।୭: ଦେଶର ପ୍ରମୁଖ ଇସ୍ପାତ ନିର୍ମାତା ତଥା ଜିନ୍ଦଲ ଷ୍ଟିଲ୍‌ ଆଣ୍ଡ ପାୱାର (ଜେଏସ୍‌ପି)କୁ ନିକଟରେ ଆଉ ଏକ ଜାତୀୟ ସ୍ତରର ସମ୍ମାନ ପ୍ରଦାନ କରାଯାଇଛି। ବିଶେଷକରି କୋଭିଡ ରିଲିଫ୍‌ ପଦକ୍ଷେପ ପାଇଁ ଜେଏସ୍‌ପିକୁ ସିଏସ୍‌ଆର୍‌ ହେଲ୍‌ଥ ଇମ୍ପାକ୍ଟ ଗୋଲ୍ଡ ଆଓ୍ବାର୍ଡ ଦିଆଯାଇଛି। ଉଲ୍ଲେଖଯୋଗ୍ୟ, ମେଗା ପ୍ରୋଜେକ୍ଟ ବର୍ଗରେ ଜେଏସ୍‌ପିକୁ ଉକ୍ତ ପୁରସ୍କାର ପ୍ରଦାନ କରାଯାଇଛି। ସେହିଭଳି ନୂଆଦିଲ୍ଲୀଠାରେ ଆୟୋଜିତ ଏକ ସ୍ବତନ୍ତ୍ର ସମ୍ମାନ ସମାରୋହ ଉତ୍ସବରେ ଯୋଗଦେଇ ଜେଏସ୍‌ପିର ପ୍ରେସିଡେଣ୍ଟ ତଥା ଗ୍ରୁପ୍‌ ହେଡ୍‌ (ସିଏସ୍‌ଆର୍‌) ପ୍ରଶାନ୍ତ କୁମାର ହୋତା ପୁଡୁଚେରୀର ପୂର୍ବତନ ଲ୍ୟୁଟ୍‌ନାଣ୍ଟ ଗଭର୍ନର ଡ. କିରଣ ବେଦୀଙ୍କଠାରୁ ଉକ୍ତ ପୁରସ୍କାର ଗ୍ରହଣ କରିଛନ୍ତି। ଏହି ପରିପ୍ରେକ୍ଷୀରେ ହୋତା କହିଥିଲେ, କୋଭିଡ୍‌ ମହାମାରୀ ସମଗ୍ର ମାନବିକତା ପାଇଁ ଏକ ଆହ୍ବାନପୂର୍ଣ୍ଣ ସମୟ ଥିଲା। ଏହି ସମୟରେ ଜେଏସ୍‌ପିର ଚେୟାରମ୍ୟାନ ନବୀନ ଜିନ୍ଦଲ ଏବଂ ଜେଏସ୍‌ପି ଫାଉଣ୍ଡେଶନର ଚେୟାରପର୍ସନ ଶାଲୁ ଜିନ୍ଦଲ ବହୁମୁଖୀ ପଦକ୍ଷେପ ଗ୍ରହଣ କରିଥିଲା। ବିଶେଷକରି ଜନସାଧାରଣ ତଥା ପ୍ରଶାସନକୁ ଜେଏସ୍‌ପି ଆବଶ୍ୟକ ସମର୍ଥନ ଯୋଗାଇବା ସହ କୋଭିଡ୍‌-୧୯ର ମୁକାବିଲା ନିମନ୍ତେ ଆମେ ଆଗଭର ହେବା ସହ ଲକ୍‌ଡାଉନ ସମୟରେ ଲୋକମାନଙ୍କୁ ଖାଦ୍ୟ ଯୋଗାଇବାଠାରୁ ଆରମ୍ଭକରି ଡାକ୍ତରଖାନାଗୁଡ଼ିକୁ ଲିକ୍ୱିଡ ମେଡିକାଲ ଅକ୍ସିଜେନ ଯୋଗାଇବା ପର୍ଯ୍ୟନ୍ତ ବିଭିନ୍ନ ଉଦ୍ୟମ କରିଥିଲୁ। ଏପରିକି ଉକ୍ତ ପୁରସ୍କାର ପାଇଁ ସେ ଜୁରି ଏବଂ ଆୟୋଜକଙ୍କୁ ସାଧୁବାଦ ଜଣାଇଥିଲେ। ଉଲ୍ଲେଖଯୋଗ୍ୟ, ଏହି କାର୍ଯ୍ୟକ୍ରମର ଏକ ପ୍ୟାନେଲ ବକ୍ତାଭାବେ ଯୋଗଦେଇ ହୋତା ବିଗତ ବର୍ଷଗୁଡ଼ିକରେ ସିଏସ୍‌ଆର୍‌ର ରୂପାନ୍ତରଣ ସମ୍ପର୍କରେ ବିସ୍ତୃତ ଆଲୋକପାତ କରିଥିଲେ।

Share