ପାୱାରଗ୍ରୀଡ୍‌କୁ ସିଏସ୍‌ଆର୍‌ ଲିଡର ଅଫ୍‌ ଦି ଇୟର ଆଓ୍ବାର୍ଡ

ନୂଆଦିଲ୍ଲୀ,୧୯।୨: ଭାରତ ସରକାରଙ୍କ ଶକ୍ତି ମନ୍ତ୍ରଣାଳୟ ଅଧୀନରେ ଥିବା ଦେଶର ପ୍ରମୁଖ ମହାରତ୍ନ ସିପିଏସ୍‌ୟୁ ସଂସ୍ଥା ପାୱାରଗ୍ରୀଡ୍‌ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌କୁ ଆଉ ଏକ ବିରଳ ସମ୍ମାନରେ ସମ୍ମାନିତ କରାଯାଇଛି ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହୋଇଯାଇଥିବା ୯ମ ପିଏସ୍‌ୟୁ ଆଓ୍ବାର୍ଡ ସେରେମନିରେ ଉକ୍ତ ସମ୍ମାନ ପାଓ୍ବାରଗ୍ରୀଡ୍‌କୁ ଦିଆଯାଇଛି ବୋଲି ଆୟୋଜକଙ୍କ ପକ୍ଷରୁ କୁହାଯାଇଛି। ବିଶେଷକରି ଗଭର୍ନାନ୍ସ ନାଓ ପକ୍ଷରୁ ପାୱାରଗ୍ରୀଡ୍‌କୁ ଏକ ସାଙ୍ଗରେ ୫ଟି ସମ୍ମାନଜନକ ପୁରସ୍କାର ସହ ସମ୍ମାନିତ କରାଯାଇଛି। ସୂଚନାଯୋଗ୍ୟ, ୯ମ ପିଏସ୍‌ୟୁ ଆଓ୍ବାର୍ଡ ସେରେମନିରେ ପାଓ୍ବାରଗ୍ରୀଡ୍‌କୁ ଦିଆଯାଇଥିବା ପୁରସ୍କାର ଯଥା ସିଏସ୍‌ଆର୍‌ ଲିଡର ଅଫ୍‌ ଦି ଇୟର ଆଓ୍ବାର୍ଡ, ପରିବେଶ ଏବଂ ସ୍ଥିରତା ପୁରସ୍କାର, ରାଷ୍ଟ୍ର ନିର୍ମାଣ ପୁରସ୍କାର, ଅନୁସନ୍ଧାନ ଏବଂ ଅଭିନବ ପୁରସ୍କାର ସମେତ ଡିଜିଟାଲ ପିଏସ୍‌ୟୁ ପୁରସ୍କାର। ଏହି ପରିପ୍ରେକ୍ଷୀରେ ପାଓ୍ବାରଗ୍ରୀଡ୍‌ର ନିର୍ଦ୍ଦେଶକ (ପର୍ସନାଲ) ଡ. ଭି. କେ. ସିଂଙ୍କୁ ସାମଗ୍ରିକ ଭାବେ ସିଏସ୍‌ଆର୍‌ ଲିଡର ଅଫ୍‌ ଦି ଇୟର ପୁରସ୍କାରରେ ସମ୍ମାନିତ କରାଯାଇଛି। ବିଶେଷକରି ସିଏସ୍‌ଆର୍‌ ସେବା କ୍ଷେତ୍ରରେ ଅତୁଳନୀୟ ଅବଦାନ ଓ ଯୋଗଦାନ କରିଥିବା ଯୋଗୁ ପାଓ୍ବାରଗ୍ରୀଡ୍‌କୁ ଭାରତର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ର ଉକ୍ତ ପୁରସ୍କାର ପ୍ରଦାନ କରିଥିଲେ। ସେହିଭଳି ଉକ୍ତ ୫ଟି ପୁରସ୍କାର ଶକ୍ତି ଅବଦାନକୁ ସ୍ବୀକୃତି ପ୍ରଦାନ କରୁଥିବାବେଳେ ରାଷ୍ଟ୍ର ନିର୍ମାଣରେ ସିଏସ୍‌ଆର୍‌ ଏବଂ ସ୍ଥିରତା, ନବସୃଜନ ଏବଂ ଆଇଟିର ବ୍ୟବହାରକୁ ବିଶେଷ ଭାବେ ଦର୍ଶାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର Pi Coinରୁ କରିପାରିବେ ଶପିଂ! ଆମାଜନ୍‌, Ebay ଏବଂ Apple Pay ଉପରେ କରିପାରିବେ ଖର୍ଚ୍ଚ

ନୂଆଦିଲ୍ଲୀ,୨୦।୩: ଗତ କିଛି ଦିନ ଧରି ଚର୍ଚ୍ଚାରେ ରହିଛି Pi Networkର Pi Coin। ଏହି କଏନ ସମ୍ପର୍କରେ ନୂତନ ଅପଡେଟ୍‌ ସାମ୍ନାକୁ ଆସୁଛି। ଏହି...

ଟ୍ରେନ୍‌ ଛାଡ଼ିବାର ୧୦ ମିନିଟ୍‌ ପୂର୍ବରୁ ମିଳିଯିବ କନ୍‌ଫର୍ମ ଟିକେଟ, ସେ ବି Tatkalରୁ କମ୍‌ ଦାମ୍‌ରେ; ଜାଣନ୍ତୁ ଉପାୟ…

ନୂଆଦିଲ୍ଲୀ,୨୦।୩: ଭାରତରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଟ୍ରେନରେ ଯାତ୍ରା କରନ୍ତି। ପର୍ବପର୍ବାଣୀ ସମୟରେ ଏହି ସଂଖ୍ୟା କୋଟି କୋଟି ଟଙ୍କା ପର୍ଯ୍ୟନ୍ତ ଯାଏ। ଏପରି...

ଭାରତରେ ଲଞ୍ଚ ହେଲା  Google Pixel 9a, ଦମ୍‌ଦାର କ୍ୟାମେରା-ବ୍ୟାଟେରୀ ସହ Iphone 16eକୁ ଦେବ ଟକ୍କର

ନୂଆଦିଲ୍ଲୀ,୨୦।୩: ଗୁଗୁଲ ଭାରତରେ ଏହାର ନୂତନ ପିକ୍ସେଲ ଫୋନ୍‌ Google Pixel ୯a ଲଞ୍ଚ କରିଛି। ଏହି ଫୋନ୍‌ଟି ସୁଲଭ ଫୋନ ବର୍ଗରେ ପ୍ରଚଳନ କରାଯାଇଛି।...

ମଧ୍ୟବିତ୍ତଙ୍କ ପାଇଁ ଖୁସି ଖବର, ଏପ୍ରିଲ ପହିଲାରୁ ବଦଳିଯିବ ଏସବୁ ନିୟମ, ମିଳିବ ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ,୨୦।୩: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବୃଆରୀ ୧ ତାରିଖରେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ବଜେଟ ଉପସ୍ଥାପନ କରିଥିଲେ। ଏହି ସମୟ ମଧ୍ୟରେ, ସେ...

ପୁରୀ କେବୁଲ ଲ୍ୟାଣ୍ଡିଂ ଷ୍ଟେସନ ସ୍ଥାପନ କରିବେ ଓଡ଼ିଶା ସରକାର: ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର, ୨୦।୩: ଓଡ଼ିଶାକୁ ଏକ ବୈଷୟିକ ଡିଜିଟାଲ ହବ୍ ରେ ପରିଣତ କରିବା ପାଇଁ ଓଡ଼ିଶା ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ବିଭାଗ ପୁରୀ ଠାରେ...

ନିଜ ଉପରେ ବିଶ୍ୱାସ ହିଁ ସଫଳତାର ଚାବିକାଠି

ପୁରୀ ଜିଲା ନିମାପଡ଼ା ବ୍ଲକ୍‌ ଗଡ଼ ଅମରପ୍ରସାଦ ଭଳି ଏକ ଛୋଟ ଗାଁରେ ଡିଅନ୍‌ ଗ୍ରୁପର ପ୍ରତିଷ୍ଠାତା ତଥା ନିର୍ଦ୍ଦେଶକ ଇଂ ମନୋଜ କୁମାର ସାହୁଙ୍କ...

ADR ରିପୋର୍ଟରେ ବଡ଼ ଖୁଲାସା, ଚର୍ଚ୍ଚାରେ ଓଡ଼ିଶାର ଏହି ବିଧାୟକ

ନୂଆଦିଲ୍ଲୀ,୧୯।୩: ନିର୍ବାଚନର ସ୍ବଚ୍ଛତା ଉପରେ କାମ କରୁଥିବା ସଂଗଠନ ଆସୋସିଏସନ ଫର୍‌ ଡେମୋକ୍ରାଟିକ ରିଫର୍ମସ ଦେଶର ପ୍ରାୟ 4,092 ବିଧାୟକଙ୍କ ସମ୍ପତ୍ତି ଏବଂ ଅପରାଧିକ ରେକର୍ଡ...

କେନ୍ଦ୍ରୀୟ ସରକାରୀ କର୍ମଚାରୀଙ୍କ ଅବସର ବୟସ ୬୦ ବର୍ଷରୁ ଅଧିକ ହେବ କି? ସ୍ପଷ୍ଟ କଲେ ସରକାର

ନୂଆଦିଲ୍ଲୀ,୧୯।୩: କେନ୍ଦ୍ର କାର୍ମିକ ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ବୁଧବାର କହିଛନ୍ତି ଯେ ସରକାର କର୍ମଚାରୀଙ୍କ ଅବସର ବୟସ ପରିବର୍ତ୍ତନ ପାଇଁ କୌଣସି ପ୍ରସ୍ତାବ ଉପରେ ବିଚାର...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image