Categories: ବାଣିଜ୍ୟ

ଏଏସ୍‌ବିଏମ୍‌ର ସିଏସଆର କାର୍ଯ୍ୟକ୍ରମ

ଭୁବନେଶ୍ୱର,୧୦।୭: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ଏଏସ୍‌ବିଏମ ବିଶ୍ୱବିଦ୍ୟାଳୟ ପକ୍ଷରୁ ବନମହୋସତ୍ବ ପାଳିତ ହୋଇଯାଇଛି। ଏପରିକି ନିକଟରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ବିଶ୍ୱବିଦ୍ୟାଳୟର କର୍ପୋରେଟ ସାମାଜିକ ଦାୟିତ୍ୱବୋଧ (ସିଏସଆର) କାର୍ଯ୍ୟକ୍ରମ ଜରିଆରେ ଉପରୋକ୍ତ କାର୍ଯ୍ୟ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା କୁଳାଧ୍ୟକ୍ଷ ପ୍ରଫେସ୍‌ର (ଡ.) ବିଶ୍ୱଜିତ୍‌ ପଟ୍ଟନାୟକ ମୁଖ୍ୟ ଅତିଥିଭାବେ ଯୋଗଦାନ କରି ବିଶ୍ୱବିଦ୍ୟାଳୟ ପରିସରରେ ଛାତ୍ରୀଛାତ୍ରମାନଙ୍କ ଗହଣରେ ବୃକ୍ଷରୋପଣ କରିଥିଲେ। ପରେ ବିଶ୍ୱବିଦ୍ୟାଳୟ ପରିସରରେ ଉଦ୍ୟାନ ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିବା ଉଦ୍ୟାନ କର୍ମୀମାନଙ୍କୁ ଛତା ଉପହାର ପ୍ରଦାନ କରିଥିଲେ ା ପରିଶେଷରେ ଉପସ୍ଥିତ ଛାତ୍ରଛାତ୍ରୀ, ଉଦ୍ୟାନକର୍ମୀ, ଶିକ୍ଷକ-ଶିକ୍ଷୟତ୍ରୀ ଓ କର୍ମଚାରୀ ମାନଙ୍କୁ ବନୀକରଣ ଓ ବନସୁରକ୍ଷା ଉଦ୍ଦେଶ୍ୟରେ ଅଭିପ୍ରେତ ଏକ ଉଦବୋଧନ ପ୍ରଦାନ କରିଥିଲେ ା ଅପରପକ୍ଷରେ ଉପ କୁଳାଧ୍ୟକ୍ଷ ପ୍ରଫେସର୍‌ (ଡ.) କଲ୍ୟାଣ ଶଙ୍କର ରାୟ, କୁଳପତି ପ୍ରଫେସ୍‌ର (ଡ.) ରଞ୍ଜନ କୁମାର ବଳ, ଉପ କୁଳପତି ପ୍ରଫେସର (ଡ.) ଫାଲଗୁ ନିରଞ୍ଜନା, ପ୍ରମୁଖ ନିର୍ଦ୍ଦେଶକ ପ୍ରଫେସ୍‌ର (ଡ.) ସ୍ମାରକୀ ପଟ୍ଟନାୟକ, କୁଳସଚିବ ଓ ଡିନ୍‌ ସମୁହ ଉପସ୍ଥିତ ଥିଲେ ା ସିଏସ୍‌ଆର ସଂଯୋଜକ ପ୍ରଫେସ୍‌ର ଝରାଶ୍ରୀ ପାଇକାରୟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ା

 

Share