Categories: ବାଣିଜ୍ୟ

ଏଲ୍‌ଆଇସିର ସିଏସ୍‌ଆର୍‌ କାର୍ଯ୍ୟକ୍ରମ

ଭୁବନେଶ୍ୱର,୩୧।୧: ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି)ର ଇଷ୍ଟ ସେଣ୍ଟ୍ରାଲ ଜୋନ୍‌ ପାଟନା(ବିହାର) ପକ୍ଷରୁ ବିହାରର ଲୋକନାୟକ ଜୟପ୍ରକାଶ ନାରାୟଣ ହସ୍ପିଟାଲକୁ ୧୦ଟି ଷ୍ଟ୍ରେଚର ଟ୍ରଲି ଯୋଗାଇ ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ଏଲ୍‌ଆଇସିର ଇଷ୍ଟ ସେଣ୍ଟ୍ରାଲ ଜୋନ୍‌ ପାଟନା (ବିହାର) ପକ୍ଷରୁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଏଲ୍‌ଆଇସି ଇଷ୍ଟ ସେଣ୍ଟ୍ରାଲ ଜୋନ ୍‌ ପାଟନା(ବିହାର)ର କ୍ଷେତ୍ରୀୟ ପ୍ରବନ୍ଧକ ଶ୍ରବଣ କୁମାର ସମ୍ମାନିତ ଅତିଥି ଭାବେ ଯୋଗ ହସ୍ପିଟାଲ କର୍ତ୍ତୃପକ୍ଷକୁ ୧୦ଟି ଷ୍ଟ୍ରେଚର ଟ୍ରଲି ପ୍ରଦାନ କରିବା ସହ ସେଗୁଡିକ ରୋଗୀଙ୍କ ସେବାରେ ନିଯୋଜିତ ବା ରୋଗୀମାନେ ବ୍ୟବହାର କରିବେ ବୋଲି ସେ ବିସ୍ତୃତ ଭାବେ ମତପ୍ରକାଶ କରିଥିଲେ। ଏହି ଅବସରରେ ଲୋକନାୟକ ଜୟପ୍ରକାଶ ନାରାୟଣ ହସ୍ପିଟାଲର ନିର୍ଦ୍ଦେଶକ ଡା. ସୁଭାଷ ଚନ୍ଦ୍ରା ଏଲ୍‌ଆଇସିର ଇଷ୍ଟ ସେଣ୍ଟ୍ରାଲ ଜୋନ ପାଟନା (ବିହାର)କୁ ସାଧୁବାଦ ଜଣାଇବା ସହିତ ଶ୍ରବଣ କୁମାରଙ୍କଠାରୁ ଷ୍ଟ୍ରେଚର ଟ୍ରଲି ଗ୍ରହଣ କରିଥିଲେ। ଏ ନେଇ ଏଲ୍‌ଆଇସିର ପ୍ରାଦେଶିକ ପ୍ରବନ୍ଧକ (ବିପଣନ) ସନୋଜ କୁମାର କହିଥିଲେ, ବୀମା ସପ୍ତାହ ଅବସରରେ ନିଗମର କର୍ପୋରେଟ ସାମାଜିକ ଦାୟିତ୍ୱବୋଧ (ସିଏସ୍‌ଆର୍‌) କାର୍ଯ୍ୟକ୍ରମ ଅଧୀନ (ଅନ୍ତର୍ଗତ)ରେ ଉକ୍ତ ଷ୍ଟ୍ରେଚର ଟ୍ରଲି ପ୍ରଦାନ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଏଲ୍‌ଆଇସିର ପ୍ରାଦେଶିକ ପ୍ରବନ୍ଧକ ବି.କେ. ସିଂହଙ୍କ ସମେତ ରାକେଶ କୁମାର ଏବଂ ରାକେଶ ରଞ୍ଜନ ଓ ଡା. ରବୀନ୍ଦ୍ର ସିଂହ, ଡା. ଗୁପ୍ତେଶ୍ୱର ପ୍ରମୁଖ ଉପସ୍ଥିତ ଥିଲେ। ଦୀର୍ଘ ବର୍ଷ ହେବ ଏଲ୍‌ଆଇସି ତା’ର ସିଏସ୍‌ଆର୍‌ କାର୍ଯ୍ୟକ୍ରମ ଅଧୀନରେ ଦେଶର ପ୍ରମୁଖ ହସ୍ପିଟାଲ, ଶିକ୍ଷଣୀୟ ସଂସ୍ଥା, ସାମାଜିକ ସଂସ୍ଥା ଏବଂ ଏନ୍‌ଜିଓଗୁଡିକ ସହାୟତା ଯୋଗାଇଦେଇ ଆସୁଛି।

Share