Categories: ବାଣିଜ୍ୟ

ପିଏନ୍‌ବିର ସିଏସ୍‌ଆର୍‌ କାର୍ଯ୍ୟକ୍ରମ

ଭୁବନେଶ୍ୱର,୮।୩:ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ (ପିଏନ୍‌ବି)ର ବ୍ରହ୍ମପୁର ମଣ୍ଡଳ କାର୍ଯ୍ୟାଳୟ ପକ୍ଷରୁ ହେଲେନ୍‌ କେଲର ରେଡ୍‌କ୍ରସ୍‌ ସ୍କୁଲ ଫର୍‌ ଦି ଡେଫ୍‌ ବିଦ୍ୟାଳୟକୁ ଏକ ୱାଟର ପ୍ୟୁରିଫାୟାର ପ୍ରଦାନ କରାଯାଇଛି। ଉଲ୍ଲେଖଯୋଗ୍ୟ, ପିଏନ୍‌ବିର କର୍ପୋରେଟ ସାମାଜିକ ଦାୟିତ୍ୱବୋଧ (ସିଏସ୍‌ଆର୍‌) କାର୍ଯ୍ୟକ୍ରମ ଅଧୀନରେ ଉକ୍ତ ୱାଟର ପ୍ୟୁରିଫାୟାର ସ୍କୁଲକୁ ଦିଆଯାଇଛି। ବିଶେଷକରି ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ପିଏନ୍‌ବିର ମଣ୍ଡଳ କାର୍ଯ୍ୟାଳୟ ବ୍ରହ୍ମପୁର ଦ୍ୱାରା ହେଲେନ୍‌ କେଲର ରେଡ୍‌କ୍ରସ୍‌ ସ୍କୁଲ ଫର୍‌ ଦି ଡେଫ୍‌ ଠାରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ବ୍ରହ୍ମପୁର ମଣ୍ଡଳର ମଣ୍ଡଳ ମୁଖ୍ୟ ଡ.ଆଲୋକ ରଞ୍ଜନ ସେନାପତିଙ୍କ ଦ୍ୱାରା ସ୍କୁଲକୁ ଏକ ୱାଟର ପ୍ୟୁରିଫାୟାର ପ୍ରଦାନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ସ୍କୁଲର ପ୍ରଧାନ ଶିକ୍ଷକ ବାଉରିବନ୍ଧୁ ନାୟକଙ୍କ ସମେତ ପିଏନ୍‌ବିର ମୁଖ୍ୟ ପ୍ରବନ୍ଧକ ସୁବ୍ରତ ସେଠୀ, ବରିଷ୍ଠ ପ୍ରବନ୍ଧକ ଆନନ୍ଦ ଶ, ଉପ-ପ୍ରବନ୍ଧକ ରାମଶଙ୍କର ପାଣିଗ୍ରାହୀ, ଉପ-ପ୍ରବନ୍ଧକ କୁମୁଦ ଚନ୍ଦ୍ର ପଣ୍ଡା, ପ୍ରବନ୍ଧକ ମାନସ ରଞ୍ଜନ ସ୍ବାଇଁ ଏବଂ ମଣ୍ଡଳ କାର୍ଯ୍ୟାଳୟର ମହିଳା କର୍ମଚାରୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

Share