Categories: ବାଣିଜ୍ୟ

ଏସ୍‌ବିଆଇର ସିଏସ୍‌ଆର୍‌ କାର୍ଯ୍ୟକ୍ରମ

ଭୁବନେଶ୍ୱର,୧୨।୨:ଭାରତୀୟ ଷ୍ଟେଟ ବ୍ୟାଙ୍କ (ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ବା ଏସ୍‌ବିଆଇ)ର ଭୁବନେଶ୍ୱର ମଣ୍ଡଳ ପକ୍ଷରୁ ୨୦ଟି ଭ୍ରାମ୍ୟମାଣ ଶୌଚାଳୟ (ବାୟ ଟଏଲେଟ) ନ୍ୟାଶନାଲ କ୍ୟାଡେଟ କର୍‌ (ଏନ୍‌ସିସି)ର ଓଡ଼ିଶା ୟୁନିଟ୍‌କୁ ଯୋଗାଇ ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ଏସ୍‌ବିଆଇର କଟକସ୍ଥିତ ଚଣ୍ଡୀ ଛକ ଶାଖା ଜରିଆରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।

ଏହି ଅବସରରେ ଏସ୍‌ବିଆଇ ଭୁବନେଶ୍ୱର ମଣ୍ଡଳର ମହାପ୍ରବନ୍ଧକ ଦିନେଶ କୁମାର ପୃଥୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏନ୍‌ସିସି ଗ୍ରୁପ କମାଣ୍ଡର କର୍ନଲ ସତ୍ୟବ୍ରତ ସ୍ବାଇଁଙ୍କୁ ୨୦ଟି ବାୟ ଟଏଲେଟ ହସାନ୍ତର କରିଥିଲେ। ଉଲ୍ଲେଖଯୋଗ୍ୟ, ଏସ୍‌ବିଆଇର କର୍ପୋରେଟ ସାମାଜିକ ଦାୟିତ୍ୱବୋଧ (ସିଏସ୍‌ଆର୍‌) କାର୍ଯ୍ୟକ୍ରମ ଅଧୀନରେ ଉକ୍ତ ଟଏଲେଟଗୁଡିକୁ ଏନ୍‌ସିସି ୟୁନିଟକୁ ପ୍ରଦାନ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଏସବିଆଇର ବହୁ ବରିଷ୍ଠ ଅଧିକାରୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

Share