Categories: ଖେଳ

ଜେଏସ୍‌ପିକୁ ସିଏସ୍‌ଆର୍‌ ଟାଇମ୍ସ ପୁରସ୍କାର

ଭୁବନେଶ୍ୱର,୨୫।୮ (ଅଭୟ ଦାଶ): ଦେଶର ଅଗ୍ରଣୀ ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ୍‌ ଆଣ୍ଡ ପାୱାର (ଜେଏସ୍‌ପି)କୁ ନିକଟରେ ଆଉ ଏକ ଜାତୀୟସ୍ତରର ସମ୍ମାନ ପ୍ରଦାନ କରାଯାଇଛି। ଏପରିକି ଜେଏସ୍‌ପିର ଉଲ୍ଲେଖନୀୟ କର୍ପୋରେଟ୍‌ ସାମାଜିକ ଦାୟିତ୍ୱବୋଧ (ସିଏସ୍‌ଆର୍‌) କାର୍ଯ୍ୟକ୍ରମ ପାଇଁ କମ୍ପାନୀ ୨ଟି ପୃଥକ୍‌ ବର୍ଗରେ ସିଏସ୍‌ଆର୍‌ ଟାଇମ୍ସ ପୁରସ୍କାର ଲାଭ କରିଛି। ସେହିଭଳି ଗୋଆର ପଞ୍ଜିମଠାରେ ଆୟୋଜିତ ଏକ ସ୍ବତନ୍ତ୍ର ସମ୍ମାନ ସମାରୋହ ଉତ୍ସବରେ କମ୍ପାନୀକୁ ସିଏସ୍‌ଆର୍‌ ଟାଇମ୍ସ ପୁରସ୍କାର ଦିଆଯାଇଛି। ଗୋଆ ମୁଖ୍ୟମନ୍ତ୍ରୀ ଡ. ପ୍ରମୋଦ ସାୱନ୍ତ ଜେଏସ୍‌ପିର ସଭାପତି ତଥା ଗ୍ରୁପ୍‌ ହେଡ୍‌ (ସିଏସ୍‌ଆର୍‌) ପ୍ରଶାନ୍ତ ହୋତାଙ୍କୁ ଏହି ପୁରସ୍କାର ପ୍ରଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଗୋଆ ସିଏସ୍‌ଆର୍‌ ଅଥରିଟିର ପ୍ରମୁଖ ପରାମର୍ଶଦାତା ଡ.ଗୁରୁରାଜ, ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ କର୍ପ ଆଫେୟାରର ପୂର୍ବତନ ମହାନିର୍ଦ୍ଦେଶକ ଡ.ଭାସ୍କର ଚାଟାର୍ଜୀ, ସିଏସ୍‌ଆର୍‌ ଟାଇମ୍ସର ସମ୍ପାଦକଙ୍କ ସମେତ ବିଭିନ୍ନ କମ୍ପାନୀର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ଏ ସମ୍ପର୍କରେ ଜେଏସ୍‌ପି ଫାଉଣ୍ଡେଶନର ଅଧ୍ୟକ୍ଷା ଶାଲୁ ଜିନ୍ଦଲ କହିଛନ୍ତି, ଦୁଇଟି ବର୍ଗରେ ସିଏସ୍‌ଆର୍‌ ଟାଇମ୍ସ ପୁରସ୍କାର ପାଇବା ଆମ ପାଇଁ ଗୌରବର କଥା ହୋଇଥିଲାବେଳେ ଜୀବିକା ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକମାନଙ୍କୁ ସଶକ୍ତ କରିବା ପାଇଁ ଆମର ନିରନ୍ତର ପ୍ରୟାସକୁ ଏହି ପୁରସ୍କାର ପ୍ରତିଫଳିତ କରୁଛି।
ସେହିଭଳି ଆମେ ବିଶ୍ୱାସ କରୁ ଯେ ଜୀବିକା ଉପାର୍ଜନ ଏକ ମୌଳିକ ଅଧିକାର ଏବଂ ସମାଜରେ ଜୀବିକା ଅସମାନତାକୁ ଦୂରକରିବା ପାଇଁ ଆମେ ସର୍ବଦା କାର୍ଯ୍ୟ କରୁଛୁ। ଜନ ଜୀବିକା କେନ୍ଦ୍ର, ଡୋକ୍ରା କଳା, ଟେରାକୋଟା, ଏସ୍‌ଏଚ୍‌ଜି ମାଧ୍ୟମରେ ମହିଳା ସଶକ୍ତୀକରଣ ଭଳି ବିଭିନ୍ନ ଜୀବିକା ପ୍ରୋତ୍ସାହନ କାର୍ଯକ୍ରମ ମାଧ୍ୟମରେ ଲୋକମାନଙ୍କ ଆର୍ଥିକ ଏବଂ ସାମାଜିକ ଉନ୍ନତି ଆଣିବା ପାଇଁ ଜେଏସ୍‌ପି ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରୁଛି।

Share