Categories: ବାଣିଜ୍ୟ

ସିୟୁ ଭାରତର ନଂ.୧ ଘରୋଇ ବିଶ୍ୱବିଦ୍ୟାଳୟ

ନୂଆଦିଲ୍ଲୀ,୧୦।୭: ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ଚଣ୍ଡିଗଡ଼ ୟୁନିଭର୍ସିଟି (ସିୟୁ)କୁ ନିକଟରେ ଆଉ ଏକ ଜାତୀୟ ମାନ୍ୟତା ଓ ସମ୍ମାନ ପ୍ରଦାନ କରାଯାଇଛି। ଉଲ୍ଲେଖଯୋଗ୍ୟ, କ୍ୟୁଆକ୍‌ୟୁରେଲି ସିମଣ୍ଡସ (କ୍ୟୁଏସ୍‌) ଓ୍ବାର୍ଲଡ ୟୁନିଭର୍ସିଟି ର଼୍ୟାଙ୍କିଙ୍ଗ୍‌ (ଡବ୍ଲ୍ୟୁୟୁଆର)-୨୦୨୪ ପକ୍ଷରୁ ନିକଟରେ ଘରୋଇ ବିଶ୍ୱବିଦ୍ୟାଳୟଗୁଡିକର ମାନ୍ୟତା (ର଼୍ୟାଙ୍କିଙ୍ଗ୍‌) ସୂଚୀ ପ୍ରକାଶ କରାଯାଇଥିଲା। ଉକ୍ତ ସୂଚୀ ଅନୁସାରେ ସିୟୁ ସାମଗ୍ରିକ ଭାବେ ୭୭୧ ରୁ ୭୮୦ ନମ୍ବର ମଧ୍ୟରେ ସ୍ଥାନ ପାଇ ଭାରତର ୧ ନମ୍ବର ଘରୋଇ ବିଶ୍ୱବିଦ୍ୟାଳୟ ଭାବେ ସ୍ବୀକୃତି ଲାଭ କରିଛି। ବିଶେଷକରି କ୍ୟୁଏସ୍‌ ଡବ୍ଲ୍ୟୁୟୁଆର୍‌-୨୦୨୪ରେ ମୋଟ ୨୯୬୩ ଟି ଶିକ୍ଷାନୁଷ୍ଠାନର ମାନ ଓ ଭିତ୍ତିଭୂମି ଆଧାରରେ ଉକ୍ତ ସୂଚୀ ପ୍ରକାଶ କରାଯାଇଛି।

Share