Categories: ଜାତୀୟ

ଶୁଭେନ୍ଦୁଙ୍କ ଶରଣରେ ଅପରାଧୀ: ଟିଏମ୍‌ସି

କୋଲକାତା,୨୩।୩: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପାଖେଇ ଆସୁଛି। ମାଚ୍ଚ ୨୭ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ କାଦୁଅ ଫିଙ୍ଗା ଜାରି ରହିଛି। ରାଜ୍ୟରେ ଭାଜପା ଏବଂ ତୃଣମୂଳ କଂଗ୍ରେସ(ଟିଏମ୍‌ସି) ମଧ୍ୟରେ ସିଧାସଳଖ ପ୍ରତିଦ୍ୱନ୍ଦ୍ୱିତା ହେଉଛି। ନନ୍ଦିଗ୍ରାମରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହିତ ଶୁଭେନ୍ଦୁ ଅଧିକାରୀଙ୍କର ଲଢ଼େଇ ହେଉଛି। ଏପରିସ୍ଥଳେ ଟିଏମ୍‌ସି ପକ୍ଷରୁ ଭାଜପାର ଶୁଭେନ୍ଦୁ ଅଧିକାରୀଙ୍କ ବିରୋଧରେ ଗୁରୁତର ଅଭିଯୋଗ ଅଣାଯାଇଛି। ଟିଏମ୍‌ସି କହିଛି ଯେ, ନନ୍ଦିଗ୍ରାମରେ ଅପରାଧୀଙ୍କୁ ଶୁଭେନ୍ଦୁ ଶରଣ ଦେଇଛନ୍ତି। ଏନେଇ ଟିଏମ୍‌ସି ପକ୍ଷରୁ ନିର୍ବାଚନ କମିଶନ(ଇସି)ଙ୍କ ପାଖକୁ ଚିଠି ମଧ୍ୟ ଲେଖା ଯାଇଛି। ଏନେଇ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ଉପରେ ମଧ୍ୟ ଟିଏମ୍‌ସି ଗୁରୁତ୍ୱାରୋପ କରିଛି।

Share