ଏଏସ୍‌ଆଇଙ୍କ ଆଖିରେ ଲଙ୍କା ସ୍ପ୍ରେ କରି ଅପରାଧୀ ଚମ୍ପଟ

ପାଟନା, ୯।୮: ବିହାରରେ ଆଇନଶୃଙ୍ଖଳା ସ୍ଥିତି ବିଗିଡ଼ିବାରେ ଲାଗିଛି। ଏବେ ଅପରାଧୀଙ୍କ ମନରେ ପୋଲିସ ପ୍ରତି ଭୟ କମିବାରେ ଲାଗିଛି। କରୋନା ସଂକ୍ରମଣ ଯୋଗୁ ବହୁ ରାଜ୍ୟରେ ଲକ୍‌ଡାଉନ୍‌ ଜାରି ରହିଛି। ପାଖରେ ଟଙ୍କା ପଇସା ନ ଥିବାରୁ ଅପରାଧୀମାନେ ବେଧଡ଼କ ଦିନ ଦ୍ୱିପହରେ ଲୁଟ୍‌ପାଟ୍‌ କରୁଛନ୍ତି। ପାଟନାର କଦମକୁଆଁ ଅଞ୍ଚଳର ଦିନକର ଗୋଲାମ୍ବରଠାରେ ଏଭଳି ଲୁଟ୍‌ପାଟ୍‌ ହେଉଥିବା ଖବର ପାଇ ଏଏସ୍‌ଆଇ ସନ୍ତୋଷ କୁମାର ସିଂଙ୍କ ନେତୃତ୍ୱରେ ପୋଲିସ ଟିମ୍‌ ଅପରାଧୀଙ୍କ ପିଛା କରିଥିଲେ। ଅପରାଧୀମାନେ ଏକ ଗଳି ରାସ୍ତାରେ ପଶିଯାଇଥିଲେ। ସନ୍ତୋଷ କୁମାର ବାଇକ୍‌ରେ ତାଙ୍କର ପିଛା କରୁଥିଲେ। ଅପରାଧୀମାନେ ସନ୍ତୋଷଙ୍କ ଆଖିକୁ ଲକ୍ଷ୍ୟ କରି ଲଙ୍କା ସ୍ପ୍ରେ କରିଥିଲେ। ଆଖିରେ ଯନ୍ତ୍ରଣା ହେବାରୁ ସନ୍ତୋଷ ଅଟକି ଯାଇଥିଲେ। ସେ ଗଳି ରାସ୍ତାରେ ପଡ଼ି ରହିଥିଲେ। ପରେ ପୋଲିସ ଟିମ୍‌ ତାଙ୍କୁ ଉଦ୍ଧାର କରି ଚିsକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଏବେ ସେ ସୁସ୍ଥ ଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି।

Share