ଫୁଲ, ଫଳ ଚାଷ କରି ପାଲଟିଛନ୍ତି ପ୍ରେରଣା

ନିଶ୍ଚିନ୍ତକୋଇଲି, ୨୩।୬(ଅଶୋକ କୁମାର ମହାପାତ୍ର) : ସାମ୍ପ୍ରତିକ ସମାଜରେ ଉଚ୍ଚ ଶିକ୍ଷତ ଯୁବତୀ, ଯୁବକମାନେ ଚାକିରି ପଛରେ ଗୋଡ଼ାଉଛନ୍ତି। ଶେଷରେ ନ ପାଇ ବେକାର ହୋଇଯାଉଛନ୍ତି। ଏପରିସ୍ଥଳେ ନିଶ୍ଚିନ୍ତକୋଇଲି ବ୍ଲକ ନତକାଇ ପଞ୍ଚାୟତ ଅନ୍ତର୍ଗତ ଏକରୁଖି ଗ୍ରାମର ଜଣେ ଉଚ୍ଚ ଶିକ୍ଷିତ ଯୁବକ ଚାଷରେ ସଫଳ ହୋଇ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି। ପ୍ରଥମେ ଫୁଲ ପରେ ଫଳ ଚାଷକୁ ଆଦରି ନେଇଛନ୍ତି। ଏବେ ସେ ବାର୍ଷିକ ଲକ୍ଷାଧିକ ଟଙ୍କା ଆୟ କରୁଛନ୍ତି। ସେ ହେଲେ ଏକରୂଖି ଗ୍ରାମର ସ୍ବର୍ଗତ କରୁଣାକର ମିଶ୍ରଙ୍କ ଦ୍ୱିତୀୟ ପୁତ୍ର ସର୍ବେଶ୍ୱର ମିଶ୍ର (୪୯) । ସ୍ନାତକୋତ୍ତର ଡିଗ୍ରୀ ହାସଲ କରିବା ପରେ ମଧ୍ୟ କୌଣସି ଚାକିରି ପାଇ ନ ଥିଲେ। ଏହାପରେ ପରିବାର ପ୍ରତିପୋଷଣ କରିବା ନିମନ୍ତେ ରାଜ୍ୟ ବାହାରେ ଦାଦନ ଖଟିବାକୁ ପଛାଇ ନ ଥିଲେ। ତେବେ କରୋନା ମହାମାରୀ ସମୟରେ ତାଙ୍କ ଜୀବନର ଗତିପଥ ବଦଳିଯାଇଥିଲା। ମିଶ୍ର ସୁଦୂର ସୁରଟ ଛାଡି ନିଜ ପୈତୃକ ଗ୍ରାମକୁ ଫେରି ଆସିଥିଲେ। କୌଣସି କାମଧନ୍ଦା ନ ପାଇ ନିରାଶ ହୋଇ ଘରେ ବସିଥିଲେ। ଏହି ସମୟରେ ମିଶ୍ର ସୁଚିନ୍ତିତ ଉପାୟରେ ସ୍ଥାନୀୟ ଗ୍ରାମରେ ଥିବା ପୈତୃକ ସମ୍ପତ୍ତିି ଉପରେ ଗେଣ୍ଡୁଫୁଲ ଚାଷ ଆରମ୍ଭ କରିଥିଲେ। ଏହି ଫୁଲ ଚାଷରୁ ମିଶ୍ରଙ୍କ ରୋଜଗାର ଭଲ ହୋଇଥିଲା। ଏହାପରେ ମିଶ୍ର ଫଳ ଚାଷ କରିବାକୁ ମନସ୍ଥ କରିଥିଲେ। ସେ ସୁଦୂର କଲିକତାରୁ ପିଜୁଳି, କାଗଜୀ ଲେମ୍ବୁ, ସପେଟା, କରମଙ୍ଗା, ବିଭିନ୍ନ ପ୍ରକାର ଆମ୍ବ, ଥାଇଲାଣ୍ଡ ବରକୋଳି, ଜାମୁଡୋଳ, ନଡିଆ ଗୁଆ ଚାରା ଆଦି ଆଣି ଉନ୍ନତ ପ୍ରଣାଳୀରେ ଚାଷ ଆରମ୍ଭ କରିଥିଲେ। ଏବେ ଏହି ଗଛଗୁଡ଼ିକରୁ ଫଳ ଆରମ୍ଭ ହୋଇଛି। ମିଶ୍ରଙ୍କ ବଗିଚାରେ ଫଳିଥିବା ପିଜୁଳି ଗୁଡିକର ଓଜନ ଅଧକେଜିରୁ ଅଧିକ ଅଟେ। ଏପରିକି ସେ ନାଲି ପିଜୁଳି ମଧ୍ୟ ଚାଷ କରିଛନ୍ତି। ଏହା ମଧୁମେହ ରୋଗୀଙ୍କ ପାଇଁ ଏକାନ୍ତ ଉପାଦେୟ । ଏହି ପିଜୁଳି ଲୋକଙ୍କ ଦ୍ୱାରା ବେଶ ଆଦୃତ ହେଉଛି। ବିନା ସରକାରୀ ପ୍ରୋତ୍ସାହରେ ମିଶ୍ର ହାଡଭଙ୍ଗା ପରିଶ୍ରମ କରି ଏଭିଳ ସଫଳତା ହାସଲ କରିଥିବା କହିଛନ୍ତି। ସେ ଫଳନ୍ତି ଗଛରୁ ଉନ୍ନତ ମାନର କଲମୀ ସୃଷ୍ଟି କରି ବେକାର ଯୁବତୀ ଯୁବକମାନଙ୍କୁ ଶିକ୍ଷା ପ୍ରଦାନ କରିବା ସହ ଫଳ ଚାଷ ନିମନ୍ତେ ପ୍ରେରଣା ଯୋଗାଉଛନ୍ତି। ସରକାରୀ ପ୍ରୋତ୍ସାହନ ସହ ଉନ୍ନତ ଜ୍ଞାନକୌଶଳ ଯୋଗାଇ ଦିଆଗଲେ ଅଧିକରୁ ଅଧିକ ଫଳଚାଷ କରିପାରିବେ ବୋଲି ମିଶ୍ର ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମେଜର, ପୀଡ଼ିତାଙ୍କ ନାଁ ପ୍ରକାଶ ନ କରିବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୩ା୯: ଭରତପୁର କାଣ୍ଡକୁ ନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର କରାଯାଇଛି। ପୀଡ଼ିତା ଓ ମେଜରଙ୍କ ନାଁ ଗଣମାଧ୍ୟମରେ ପ୍ରକାଶ କରିବାକୁ ବାରଣ କରିଛନ୍ତି ହାଇକୋର୍ଟ।...

ଭରା ନଦୀ ପାର ହୋଇ ଗାଁରେ ପହଞ୍ଚି ଲୋକଙ୍କ କଥା ଶୁଣିଲେ ବିଧାୟକ

ଚିତ୍ରକୋଣ୍ଡା/ମାଲକାନଗିରି,୨୩।୯: ମାଲକାନଗିରି ଜିଲା ଅପହଞ୍ଚ ଗଜିଆଗୁଡ଼ା ଗାଁରେ ସୋମବାର ପହଞ୍ଚି ଲୋକଙ୍କ ସମସ୍ୟା ବୁଝିଛନ୍ତି ଚିତ୍ରକୋଣ୍ଡା କଂଗ୍ରେସ ବିଧାୟକ ମଙ୍ଗୁ ଖିଲ। ମିଳିଥିବା ସୂଚନା ମୁତାବକ,...

ସ୍ବଚ୍ଛତାକୁ ନେଇ ଅସନ୍ତୋଷ ପ୍ରକାଶ କଲେ ଏମ୍‌ପି, ବିଡିଓ- ତହସିଲଦାରଙ୍କ ସହ ମିଶି କଲେ ସଫେଇ

ଦାରିଙ୍ଗବାଡ଼ି,୨୩ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳକୁ କନ୍ଧମାଳ ଏମ୍‌ପି ସୁକାନ୍ତ କୁମାର ପାଣିଗ୍ରାହୀଙ୍କ ଦିନିକିଆ ଗସ୍ତରେ ଆସି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଥିଲେ।...

ସଂଗଠନ ମଜଭୁତ ପାଇଁ କର୍ଣ୍ଣମନ୍ତ୍ର ଦେଲେ ଏମ୍‌ପି ସୁକାନ୍ତ ପାଣିଗ୍ରାହୀ

ଦାରିଙ୍ଗବାଡ଼ି,୨୩ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳକୁ କନ୍ଧମାଳ ଏମ୍‌ପି ସୁକାନ୍ତ କୁମାର ପାଣିଗ୍ରାହୀଙ୍କ ଦିନିକିଆ ଗସ୍ତ ହୋଇଛି। ଏହି ସମୟରେ ସେ ଦାରିଙ୍ଗବାଡ଼ି...

ବ୍ଲକ ଅଫିସ ସମ୍ମୁଖରେ ହୋଇଥିବା ଆନ୍ଦୋଳନକୁ ବିରୋଧ କଲେ ୧୯ ସରପଞ୍ଚ, ଜିଲାପାଳଙ୍କୁ ଦେଲେ ଦାବିପତ୍ର

କେସିଙ୍ଗା,୨୩ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପ୍ରଶାସନ ବିରୋଧରେ ଚାଞ୍ଚେର ପଞ୍ଚାୟତର ସରପଞ୍ଚ ଅଞ୍ଜୁ କୁମାର ବ୍ଲକ ଅଫିସ ଆଗରେ ୩ ଦିନ ଆନ୍ଦୋଳନ...

ଟ୍ରକ-ବାଇକ୍‌ ଧକ୍କା: ଚାଲିଗଲା ବାପ-ପୁଅଙ୍କ ଜୀବନ, ମା’ ଗୁରୁତର

ଗୋପାଳପୁର, ୨୨।୯(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ୧୬ ନମ୍ବର ଜାତୀୟ ରାଜପଥ ଭାଲିଆଗାଡ଼ ନିକଟରେ ରବିବାର ଏକ ଟ୍ରକ-ବାଇକ୍‌ ମଧ୍ୟରେ ଧକ୍କା ହୋଇଛି। ଦୁର୍ଘଟଣାରେ...

ପୁରୁଷୋତ୍ତମପୁରରେ ବୁଲିଲା ଖଣ୍ଡା: ଭାଜପା କର୍ମୀଙ୍କୁ….

ପୁରୁଷୋତ୍ତମପୁର,୨୨।୯(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ରାଜନୈତିକ କାରଣକୁ ନେଇ ରବିବାର ଗୋଷ୍ଠୀ ସଂଘର୍ସ ଘଟିଛି। ଏଥିରେ ଉଭୟ ପକ୍ଷରୁ ଦୁଇଜଣ ଆହାତ ହୋଇଛନ୍ତି। ଆହାତମାନେ...

ଗଞ୍ଜେଇ ଜବତ, ଜେଲ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୨୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ରବିବାର ସାନଖେମୁଣ୍ଡି ବ୍ଲକ ଧରମପୁର ଗ୍ରାମ ଶ୍ମଶାନ ନିକଟରୁ ୨ କିଣ୍ଟାଲ ୧୪ କେ.ଜି ୨...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri