ଭୁବନେଶ୍ୱର, ୧୮।୧୧(ବ୍ୟୁରୋ): ରାଜ୍ୟ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ଭାବେ ବୁଧବାର ବିଭାଗର ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ରଞ୍ଜନ କୁମାର ଦାସ ଅତିରିକ୍ତ ଦାୟିତ୍ୱ ନେଇଛନ୍ତି। ନିକଟରେ ସଂସ୍କୃତି ସଚିବ ଥିବା ଡ. ସୁରେଶ କୁମାର ଦଳେଇ ଉତ୍ତରାଞ୍ଚଳ ରାଜସ୍ବ କମିଶନର ଭାବେ ବଦଳି ହେବା ପରେ ରଞ୍ଜନ ଦାସଙ୍କୁ ଉକ୍ତ ଦାୟିତ୍ୱ ଦିଆଯାଇଥିଲା। ତେବେ ବୁଧବାର ସେ ଆନୁଷ୍ଠାନିକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି ଅବସରରେ ବିଭାଗର ଅତିରିକ୍ତ ସଚିବ ରାମକୃଷ୍ଣ ସାହୁ, ମନସ୍ବିନୀ ସାହୁଙ୍କ ସମେତ ଅନ୍ୟ ଅଧିକାରୀ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ। ଦାସ ହେଉଛନ୍ତି ଜଣେ ଦକ୍ଷ ପ୍ରଶାସକ, ଉଚ୍ଚକୋଟୀର ସ୍ତମ୍ଭକାର, ଗୀତିକାର, ଗାଳ୍ପିକ, ପ୍ରାବନ୍ଧିକ ତଥା ସଂସ୍କୃତି ସମ୍ପନ୍ନ ବ୍ୟକ୍ତିତ୍ୱ। ତାଙ୍କ ନେତୃତ୍ୱରେ ବିଭାଗ ଅନେକ ସୃଜନଶୀଳ କାର୍ଯ୍ୟ କରିପାରିବ ବୋଲି ଆଶା କରାଯାଉଛି।