କପେ ଚା’ ଦାମ ୧୦୦୦ ଟଙ୍କା

କୋଲକାତା,୨।୩: କପେ ଚା’ର ଦାମ ୧୦୦୦ଟଙ୍କା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ। ତେବେ ଏହା ସତ୍ୟ। ପଶ୍ଚିମବଙ୍ଗର ରାଜଧାନୀ କୋଲକାତାର ମୁକୁନ୍ଦପୁରରେ ଥିବା ପ୍ରତିମ ଗାଙ୍ଗୁଲୀଙ୍କର ଚା’ ଦୋକାନରେ ୧୨ ଟଙ୍କାରୁ ଆରମ୍ଭ କରି ହଜାରେ ଟଙ୍କା ଦାମର ଚା’ ମିଳୁଛି। ଚା’ ପିଇବା ପାଇଁ ତାଙ୍କ ଦୋକାନ ନିର୍ଜଶରେ ଗ୍ରାହକଙ୍କ ଭିଡ଼ ଦେଖିବାକୁ ମିଳିଥାଏ। ପ୍ରତିମଙ୍କ ଦୋକାନ ରାସ୍ତାକଡ଼ରେ ରହିଛି। କୋଲକାତା ବୁଲିବାକୁ ଆସୁଥିବା ଦେଶ ବିଦେଶର ପର୍ଯ୍ୟଟକ ପ୍ରତିମଙ୍କ ଦୋକାନରେ ଚା’ ପିଇବାକୁ ପସନ୍ଦ କରିଥାନ୍ତି। ଚା’ ବିକି ପ୍ରତିମ ଏବେ କୋଟିପତି ପାଲଟିଛନ୍ତି। ପ୍ରତିମଙ୍କ ଦୋକାନରେ ବୋ-ଲେ ଚା’ କପ ଦାମ ହଜାରେ ଟଙ୍କା ରହିଛି। ବୋ-ଲେ ଚା’ ପତିର ଦାମ କିଲୋଗ୍ରାମ୍‌ ପିଛା ୩ ଲକ୍ଷ ଟଙ୍କା ରହିଛି। ଦୋକାନରେ ସିଲଭର ନିଡ଼ଲ ହ୍ବାଇଟ୍‌ ଚା, ଲାଭେଣ୍ଡର ଚା’, ହିବିସକସ୍‌ ଚା’, ଓ୍ବାଇନ୍‌ ଚା’, ତୁଳସୀ ଜିଞ୍ଜର ଚା’, ବ୍ଲୁ ଟିଶ୍ୟନ ଚା’, ତିସ୍ତା ଚା’, ମକଇବାରି ଚା’, ରୁବିୟସ୍‌ ଚା, ଓକ୍ଟି ଚା’ ଆଦି ମିଳିଥାଏ। ସକାଳୁ ରାତି ପର୍ଯ୍ୟନ୍ତ ପ୍ରତିମଙ୍କ ଦୋକାନରେ ଭିଡ଼ ଦେଖିବାକୁ ମିଳିଥାଏ।

Share