Categories: ଜାତୀୟ

ସାହିସ୍ନାନ ପରେ କର୍ଫ୍ୟୁ

ହରିଦ୍ୱାର, ୨୯ା୪: ଉତ୍ତରାଖଣ୍ଡର ହରିଦ୍ୱାରଠାରେ କୁମ୍ଭମେଳା ଉପଲକ୍ଷେ ମଙ୍ଗଳବାର ସାହିସ୍ନାନ ଶେଷ ହେବା ପରେ ବୁଧବାର ସେଠାରେ କର୍ଫ୍ୟୁ ଜାରି ହୋଇଛି। ମେ ୩ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ। ହରିଦ୍ୱାର ପୌର ନିଗମ ସମେତ ମ୍ୟୁନିସିପାଲିଟି ଏବଂ କେତେକ ଗ୍ରାମାଞ୍ଚଳରେ ଏହି କଟକଣା ଲାଗୁ ହୋଇଛି। କୁମ୍ଭମେଳା ଶେଷ ସୁଦ୍ଧା ୧୩ ଆଖଡାର ପ୍ରାୟ ୨ ହଜାର ସାଧୁ ସ୍ବତନ୍ତ୍ର ଭାବେ ହର୍‌ କି ପୌରି ଘାଟରେ ବୁଡ଼ ପକାଇଥିଲେ।

Share