Categories: ଜାତୀୟ

ରାଜସ୍ଥାନର ହିଂସାକାଣ୍ଡ: ବଢିଲା କର୍ଫ୍ୟୁ ଅବଧି

ଜୟପୁର,୧୪।୪: ରାଜସ୍ଥାନର ହିଂସାକାଣ୍ଡ ଯୋଗୁ କରୌଲିରେ ଲାଗୁ କରାଯାଇଥିବା କର୍ଫ୍ୟୁର ଅବଧିକୁ ବୃଦ୍ଧି କରାଯାଇଛି। ଆଇନଶୃଙ୍ଖଳାକୁ ଦୃଷ୍ଟିରେ ରଖି ଏପ୍ରିଲ ୧୭ ପର୍ଯ୍ୟନ୍ତ କର୍ଫ୍ୟୁ ବୃଦ୍ଧି କରାଯାଇଥିବା ନେଇ ପ୍ରଶାସନ ପକ୍ଷରୁ କୁହାଯାଇଛି। ତେବେ ଏପ୍ରିଲ ୧୫ ଓ ୧୬ ଦୁଇଦିନ କର୍ଫ୍ୟୁ କଟକଣା କୋହଳ କରାଯାଇଛି। ଏହି ଦୁଇ ଦିନ ସକାଳ ୬ଟାରୁ ସା ୬ଟା ପର୍ଯ୍ୟନ୍ତ ବଜାର ଖୋଲା ରହିବ।

ସୂଚନାନୁସାାରେ, ଗତ ଏପ୍ରିଲ ୨ରେ କରୌଲିରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ଉତ୍ତେଜନା ଲାଗି ରହିଛି। ହିନ୍ଦୁ ନବବର୍ଷ ଅବସରରେ ଏକ ବାଇଇ ଶୋଭାଯାତ୍ରା ବାହାରିଥିବା ବେଳେ ଏହି ହିଂସାକାଣ୍ଡ ଘଟିଥିଲା। ଏହି ବାଇକ୍‌ ଶୋଭାଯାତ୍ରା ଉପରକୁ ଅନ୍ୟ ଏକ ଗୋଷ୍ଠୀ ପଥର ଫିଙ୍ଗିଥିଲେ। ଫଳରେ ଉଭୟ ଗୋଷ୍ଠୀ ମଧ୍ୟରେ ଭୟଙ୍କର ଗଣ୍ଡଗୋଳ ସୃଷ୍ଟି ହୋଇଥିଲା।

Share