ଶ୍ରୀନଗର,୧୦ ।୬: ଜମ୍ମୁ-କଶ୍ମୀରରେ କିଛିଦିନ ହେବ ଲାଗି ରହିଥିବା ଟାର୍ଗେଟ କିଲିଂକୁ ନେଇ ପରିବେଶ ଗରମ ଥିବା ବେଳେ ଏବେ ସାଂପ୍ରଦାୟିକ ଉତ୍ତେଜନାକୁ ଦେଖି ଜମ୍ମୁ-କଶ୍ମୀର ପୋଲିସ ଡୋଡା ଜିଲାର ଭଦ୍ରୱାହ ସହରରେ ଫ୍ଲାଗ ମାର୍ଚ୍ଚ କରିବା ପରେ ସେଠାରେ କର୍ଫ୍ୟୁ ଲଗାଇ ଦେଇଛି । ଏବେ ପ୍ରଶାସନ ଭଦ୍ରୱାହ ସମେତ କିସ୍ତୱାଡ, ଡୋଡା ଓ ରାମବନରେ ଇଣ୍ଟରନେଟ ସେବାକୁ ବି ବନ୍ଦ କରି ଦେଇଛି । ପୋଲିସ କହିଛି ସ୍ଥିତି ଉପରେ ନଜର ରଖାଯାଇଛି । ତେବେ ଆଇନ ଶୃଙ୍ଖଳା ପରିସ୍ଥିତିର ଉଲ୍ଲଂଘନ କରୁଥିବା କୌଣସି ବ୍ୟକ୍ତିଙ୍କୁ ଛଡାଯିବ ନାହିଁ ।
ସ୍ଥାନୀୟ ଅଧିକାରୀଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ସୋସିଆଲ ମିଡିଆ ମାଧ୍ୟମରେ ଉକ୍ତ ଅଞ୍ଚଳରେ ସାଂପ୍ରଦାୟିକ ହିଂସା ସୃଷ୍ଟି କରିବାକୁ ପ୍ରୟାସ କରାଯାଉଛି । ଏହାକୁ ଦୃଷ୍ଟରେ ରଖି ସମ୍ବେଦନଶୀଳ ଅଞ୍ଚଳରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସେଥିପାଇଁ ଅତିରିକ୍ତ ସୁରକ୍ଷାବଳଙ୍କୁ ନିୟୋଜିତ କରାଯିବା ସହ ମୋବାଇଲ ଓ ଇଣ୍ଟରନେଟ ସେବାକୁ ବନ୍ଦ କରି ଦିଆଯାଇଛି ।