Advertisement

ମଣିପୁରରେ ୭ ଘଣ୍ଟା କୋହଳ ହେଲା କର୍ଫ୍ୟୁ

ଇମ୍ଫାଲ,୪ା୮: ମଣିପୁର ସରକାର ଇମ୍ଫାଲ ଇଷ୍ଟ ଏବଂ ଇମ୍ଫାଲ ଓ୍ବେଷ୍ଟ ଜିଲାରେ କର୍ଫ୍ୟୁକୁ ୭ ଘଣ୍ଟା କୋହଳ କରିଛନ୍ତି। ସାଧାରଣ ଲୋକେ ଯେପରି ସେମାନଙ୍କ ଅତ୍ୟାବଶ୍ୟକ ସାମଗ୍ରୀ କିଣାକିଣି କରିପାରିବେ, ସେଥିପାଇଁ ସକାଳ ୫ଟାରୁ ମଧ୍ୟାହ୍ନ ୧୨ଟା ଯାଏ କର୍ଫ୍ୟୁ କୋହଳ କରାଯାଇଥିଲା। ଏହି ଜିଲାର ବିଭିନ୍ନ ଅଞ୍ଚଳରେ ସାନି ହିଂସାକାଣ୍ଡ ଘଟିବାରୁ ପୂର୍ବରୁ କୋହଳ ଘୋଷଣାକୁ ପ୍ରତ୍ୟାହାର କରାଯାଇ ଗୁରୁବାର ସମ୍ପୂର୍ଣ୍ଣ କର୍ଫ୍ୟୁ ଲାଗୁ କରାଯାଇଥିଲା। ଗୁରୁବାର ବିଷ୍ଣୁପୁର ଜିଲାର କଙ୍ଗଭାଇ ଓ ଫୁଗାକ୍‌ଚାଓ ଅଞ୍ଚଳରେ ସୁରକ୍ଷା ବଳ ଏବଂ ଉତ୍ତ୍ୟକ୍ତ ଲୋକଙ୍କ ମଧ୍ୟରେ ସଂଘର୍ଷ ଘଟି ୨୫ ଜଣ ଆହତ ହୋଇଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share