Categories: ଜାତୀୟ

ସହରରେ କର୍ଫ୍ୟୁ ଜାରି କଲା ପ୍ରଶାସନ

ପଟିଆଲା,୨୯।୪: ପଞ୍ଜାବର ପଟିଆଲାରେ ଶୁକ୍ରବାର ଶିବସେନା ପକ୍ଷରୁ ଖଲିସ୍ତାନ ବିରୋଧରେ ବାହାର କରାଯାଇଥିବା ଶୋଭାଯାତ୍ରା ସମୟରେ ଶିବସେନା କର୍ମକର୍ତ୍ତା ଓ ଖଲିସ୍ତାନ ସମର୍ଥକଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା। ଏହି ଘଟଣା ପରେ ପଟିଆଲା ସହରରେ ଉତ୍ତେଜନା ପରିସ୍ଥିତି ଦେଖାଦେଇଛି। ତେବେ ସହରରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ଲାଗି ପୋଲିସ ପ୍ରଶାସନ ପକ୍ଷରୁ କର୍ଫ୍ୟୁ ଜାରି କରାଯାଇଛି। ସନ୍ଧ୍ୟା ୭ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ଏହି କର୍ଫ୍ୟୁ ଲାଗୁ କରାଯାଇଛି। ଏନେଇ ସ୍ଥାନୀୟ ଏସ୍‌ଏସ୍‌ପି ନାନକ ସିଂହ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଖଲିସ୍ତାନ ବିରୋଧରେ ବାହାରିଥିବା ଶୋଭାଯାତ୍ରାରେ ଗୋଷ୍ଠୀ ସଂଘର୍ଷରେ ୪ଜଣ ଆହତ ହୋଇଛନ୍ତି। ସେଥିରେ ୨ଜଣ ପୋଲିସ କର୍ମଚାରୀ ଥିବା ନେଇ ଏସ୍‌ଏସ୍‌ପି ନାନକ ସିଂହ କହିଛନ୍ତି।

Share