Categories: ଜାତୀୟ

ମଣିପୁରର ୫ ଜିଲାରେ କର୍ଫ୍ୟୁ, କଂଗ୍ରେସ କହିଲା ଫେଲ୍‌ ହୋଇଗଲେ ଡବଲ ଇଞ୍ଜିନ ସରକାର

ନୂଆଦିଲ୍ଲୀ,୬।୯: ଜାତୀୟ ରାଜଧାନୀ ଦିଲ୍ଲୀରେ ଜି -୨୦ ବୈଠକକୁ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଗୁରୁବାର ଠାରୁ ତିନି ଦିନିଆ ଶିଖର ସମ୍ମିଳନୀ ପାଇଁ ବିଦେଶୀ ଅତିଥିମାନେ ଦେଶରେ ପହଞ୍ଚିବା ଆରମ୍ଭ କରିବେ। ଏହି ସମୟରେ ଦେଶର ଉତ୍ତର-ପୂର୍ବ ରାଜ୍ୟ ମଣିପୁରର ୫ଟି ସମ୍ବେଦନଶୀଳଜିଲାରେ କର୍ଫ୍ୟୁ ଲାଗୁ ହେବା ଘଟଣାକୁ ଉପରେ କଂଗ୍ରେସ ବିରୋଧ କରିଛି। କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି ଯେ, ମଣିପୁରରେ ମୋଦି ସରକାରଙ୍କ ଡବଲ ଇଞ୍ଜିନ ସରକାର ବିଫଳ ହୋଇଛି।

ଜୟରାମ ରମେଶ ଏକ ଟୁଇଟ୍‌ରେ କହିଛନ୍ତି , ନୂଆଦିଲ୍ଲୀରେ ଜି -୨୦ ବୈଠକବେଳେ ଆସନ୍ତା ୫ ଦିନ ପାଇଁ ଇମ୍ଫାଲ ଉପତ୍ୟକାର ସମସ୍ତ ୫ଟି ଜିଲାରେ କର୍ଫ୍ୟୁ ଲାଗୁ କରାଯାଇଛି। ୪ ମାସ ପରେ ମଧ୍ୟ ହିଂସା ପର୍ଯ୍ୟାୟ ଜାରି ରହିଛି କିନ୍ତୁ ମୋଦି ସରକାରଙ୍କ ଡବଲ ଇଞ୍ଜିନ ସରକାର ପାଇଁ ମଣିପୁରରେ ପରିସ୍ଥିତି ସ୍ବାଭାବିକ ରହିଛି। ସୂଚନାଯୋଗ୍ୟ, ମଣିପୁରର ସମସ୍ତ ପାଞ୍ଚଟି ଉପତ୍ୟକା ଜିଲା ବିଷ୍ଣୁପୁର, କାକଚିଙ୍ଗ୍‌, ଥୋବାଲ, ଇମ୍ଫାଲ ପଶ୍ଚିମ ଏବଂ ଇମ୍ଫାଲ ପୂର୍ବରେ ସତର୍କତାମୂଳକ ପଦକ୍ଷେପ ଭାବରେ ମଙ୍ଗଳବାର ସନ୍ଧ୍ୟାଠାରୁ ସମ୍ପୂର୍ଣ୍ଣ କର୍ଫ୍ୟୁ ଲାଗୁ କରାଯାଇଛି।

Share