ବାଲେଶ୍ୱରରେ କର୍ଫ୍ୟୁ କଟକଣା କୋହଳ, ଆଜିଠୁ ଇଣ୍ଟରନେଟ ସେବା ଉପଲବ୍ଧ

ଭୁବନେଶ୍ୱର,୨୨।୬: ବାଲେଶ୍ୱରରେ ସ୍ଥିତି ସ୍ବାଭାବିକ ହେଉଛି। ଆଜିଠୁ ଲିଜ ଲାଇନ ସହ ବ୍ରଡବ୍ୟାଣ୍ଡରେ ଇଣ୍ଟରନେଟ ସେବା ଉପଲବ୍ଧ ହେବ। ହେଲେ ମୋବାଇଲରେ ଇଣ୍ଟରନେଟ ସେବା ବନ୍ଦ ରହିବ।

ଅନ୍ୟପଟେ କର୍ଫ୍ୟୁ କଟକଣା ଆଂଶିକ କୋହଳ ହୋଇଛି। ସହଦେବଖୁଣ୍ଟା ଓ ଟାଉନ ଥାନା ଅଞ୍ଚଳରେ ସକାଳ ୫ଟାରୁ ଦିନ ୨ଟା ଯାଏ କର୍ଫ୍ୟୁ କୋହଳ କରାଯାଇଛି। ଶିଳ୍ପାଞ୍ଚଳ ଥାନା ଅଞ୍ଚଳରୁ କର୍ଫ୍ୟୁ ସମ୍ପୂର୍ଣ୍ଣ ହଟିଛି।

 

Share