ଶ୍ରୀଲଙ୍କାରେ କର୍ଫ୍ୟୁ, ବିରୋଧ ପ୍ରଦର୍ଶନକୁ ଦେଖି ନିଆଯାଇଛି ନିଷ୍ପତ୍ତି

କଲମ୍ବୋ,୯ ।୭: ଶ୍ରୀଲଙ୍କାର ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେଙ୍କ ଇସ୍ତଫା ଦାବି କରି ଶନିବାର ହେବାକୁ ଥିବା ବିରୋଧ ପ୍ରଦର୍ଶନକୁ ଦେଖି ଶ୍ରୀଲଙ୍କା ପୋଲିସ ପଶ୍ଚିମ ଭାଗର କିଛି ପୋଲିସ ଡିଭିଜନରେ ଶୁକ୍ରବାର ରାତି (ସ୍ଥାନୀୟ ସମୟ) ୯ଟାରୁ ପରବର୍ତ୍ତି ନିର୍ଦ୍ଦେଶ ପର୍ଯ୍ୟନ୍ତ କର୍ଫ୍ୟୁ ଜାରି କରାଯାଇଛି । ସୂଚନାଯୋଗ୍ୟ, ଶନିବାର ହେବାକୁ ଯାଉଥିବା ବିରୋଧ ପ୍ରଦର୍ଶନ ରାଜପାକ୍ଷେଙ୍କ ରାଷ୍ଟ୍ରପତି କାର୍ଯ୍ୟାଳୟ ସାମ୍ନାରେ ତାଙ୍କ ଇସ୍ତଫା ଦାବି କରି ୯ ଏପ୍ରିଲରୁ ଆରମ୍ଭ ହେଉଥିବା ବିରୋଧ ପ୍ରଦର୍ଶନ ୩ ମାସ ପରେ ହେଉଛି ।
ଦ କଲମ୍ବୋ ପେଜ ପୋଲିସର ସୂଚନାକୁ ଆଧାର କରି କହିଛି, ନେଗୋଂମ୍ବୋ, କେଳାନିୟା, ନୁଗେଗୋଡା, ମାଉଣ୍ଟ ଲାବିନିୟା, କଲମ୍ବୋ ନର୍ଥ, କଲମ୍ବୋ ସାଉଥ ଓ କଲମ୍ବୋ ସେଣ୍ଟ୍ରାଲ ପୋଲିସ ଡିଭିଜନରେ କର୍ଫ୍ୟୁ ଲଗାଯାଇଛି ।

Share