କ୍ୱିଭରେ କର୍ଫ୍ୟୁ

କ୍ୱିଭ,୨୪।୨: ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଛି। ବର୍ତ୍ତମାନ ୟୁକ୍ରେନ ରାଜଧାନୀ କ୍ୱିଭ ସମେତ ଅନେକ ବିମାନ ବନ୍ଦରକୁ ସ୍ଥାନାନ୍ତର କରିବାରେ ଲାଗିପଡ଼ିଛି। ରୁଷିଆ ୟୁକ୍ରେନର ଅନେକ ସହରରେ କ୍ଷେପଣାସ୍ତ୍ର ନିକ୍ଷେପ କରିଥିବା କୁହାଯାଉଛି। ଏନେଇ ୟୁକ୍ରେନର ବୈଦେଶିକ ମନ୍ତ୍ରୀ ମଧ୍ୟ ସ୍ବୀକାର କରିଛନ୍ତି। ତେବେ ରୁଷିଆ କ୍ୱିଭ ଦଖଲ ଆଡ଼କୁ ଆଗକୁ ବଢ଼ୁଥିବା ବେଳେ ସେଠାରେ କର୍ଫ୍ୟୁ ଘୋଷଣା କରାଯାଇଛି। ଏନେଇ କ୍ୱିଭ ମେୟର ଗୁରୁବାର ଘୋଷଣା କରିଛନ୍ତି। ଯୁଦ୍ଧ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏଠାରେ କର୍ଫ୍ୟୁ ଲାଗୁ କରାଯାଇଛି ବୋଲି ମେୟର କହିଛନ୍ତି।

Share