ଜାପୋରିଜିଆରେ କର୍ଫ୍ୟୁ

କ୍ୱିଭ୍‌,୧୯ା୩: ରୁଷିଆ ସୈନ୍ୟଙ୍କ ଦ୍ୱାରା ଶେଲିଂରେ ୯ ଜଣଙ୍କୁ ହତ୍ୟା କରାଯିବା ପରେ ୟୁକ୍ରେନର ଜାପୋରିଜିଆରେ କର୍ଫ୍ୟୁ ଜାରି କରାଯାଇଛି। ୩୮ ଘଣ୍ଟା ପାଇଁ ଏହି କର୍ଫ୍ୟୁ ଲାଗୁ ହୋଇଛି। ମୋର୍ଟାର, ଟ୍ୟାଙ୍କ, ହେଲିକପ୍ଟର ଏବଂ ରକେଟ ପ୍ରଣାଳୀରେ ରୁଷିଆର ସୈନ୍ୟମାନେ ଆକ୍ରମଣ କରୁଛନ୍ତି ବୋଲି ଡେପୁଟି ମେୟର ଅନାଟୋଲି କୁର୍ତ୍ତୀଭ ଏକ ଅନ୍‌ଲାଇନ୍‌ ପୋଷ୍ଟରେ କହିଛନ୍ତି।

ସୂଚନାଯୋଗ୍ୟ, ଦକ୍ଷିଣ ୟୁକ୍ରେନର ଜାପୋରିଜିଆ ସହରର ଉପାନ୍ତ ଅଞ୍ଚଳରେ ଶୁକ୍ରବାର ଗୁଳି ବିନିମୟରେ ୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୭ ଜଣ ଆହତ ହୋଇଥିଲେ ବୋଲି ଶନିବାର ଡେପୁଟି ମେୟର କହିଛନ୍ତି।

Share