ବାଲେଶ୍ବର ସହରରେ ଆଉ ୨ ଘଣ୍ଟା କର୍ଫ୍ୟୁ କୋହଳ ନିଷ୍ପତ୍ତି

ବାଲେଶ୍ୱର,୨୦।୬: ବାଲେଶ୍ବର ସହରରେ ଆଉ ୨ ଘଣ୍ଟା କର୍ଫ୍ୟୁ କୋହଳ କରିବାକୁ ନିଷ୍ପତ୍ତି ନେଇଛି ଜିଲା ପ୍ରଶାସନ। ଏଣିକି ୭ରୁ ୧୧ ପରିବର୍ତ୍ତେ ସକାଳ ୬ଟାରୁ ଦିନ ୧୨ଟା କର୍ଫ୍ୟୁ କୋହଳ କରାଯିବ। ଏହି ସମୟରେ ଲୋକେ ଆବଶ୍ୟକ ଜିନିଷପତ୍ର କିଣାକିଣି ପାଇଁ କର୍ଫ୍ୟୁ କୋହଳ ହେବ। ଏନେଇ ସାମାଜିକ ଗଣମାଧ୍ୟମରେ ଜିଲାପାଳ ସୂଚନା ଦେଇଛନ୍ତି।

ତେବେ କଟକଣା ଲାଗିଥିବା ସମୟରେ କୌଣସି ବ୍ୟକ୍ତି ନିଜ ଘର ଛାଡି ପାରିବେ ନାହିଁ କିମ୍ବା ପାଦରେ କିମ୍ବା ଯାନବାହାନରେ ଯାତ୍ରା କରିବେ ନାହିଁ କିମ୍ବା ଉପରୋକ୍ତ ସମୟ ସ୍ଲଟ୍ ବ୍ୟତୀତ କୌଣସି ରାସ୍ତାରେ କିମ୍ବା ସର୍ବସାଧାରଣ ସ୍ଥାନରେ (ଜରୁରୀକାଳୀନ ଚିକିତ୍ସା ସହାୟତା ବ୍ୟତୀତ) ଛିଡା ହୋଇ ବୁଲିବେ ନାହିଁ।

ଏହି ସମୟରେ ସତର୍କତାମୂଳକ କାର୍ଯ୍ୟର ଏକ ଅଂଶ ଭାବରେ, ଏହି ଅଞ୍ଚଳଗୁଡିକ ମଧ୍ୟରେ ଥିବା ବିଦ୍ୟାଳୟ, ଅଙ୍ଗନୱାଡି କେନ୍ଦ୍ର ଏବଂ କଲେଜଗୁଡିକ ୨୧ ଜୁନ୍ ୨୦୨୪ ପର୍ଯ୍ୟନ୍ତ ବନ୍ଦ ରହିବ।

ଏହାପୂର୍ବରୁ ସହରରେ ଗୁରୁବାର ଇଣ୍ଟରନେଟ୍‌ ସେବା ବନ୍ଦକୁ ଜୁନ୍‌ ୨୨ ସକାଳ ୧୦ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି। ଏନେଇ ରାଜସ୍ବ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜିଠାରୁ ସକାଳ ୭ଟାରୁ ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ କର୍ଫ୍ୟୁ ସାମାନ୍ୟ କୋହଳ ଥିଲା। ଲୋକେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କାମ ଶେଷ କରି ଘରକୁ ଫେରିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି। ଆସନ୍ତା ୨ଦିନ ପର୍ଯ୍ୟନ୍ତ ସ୍କୁଲ, କଲେଜ, ଅଙ୍ଗନଓ୍ବାଡ଼ି କେନ୍ଦ୍ର ବନ୍ଦ ରଖିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି। ବାଲେଶ୍ୱରରେ ୫ କମ୍ପାନୀ ବିଏସ୍‌ଏଫ୍‌ ଫୋର୍ସ ପହଞ୍ଚିଛନ୍ତି।

Share