Categories: ଜାତୀୟ

ଗୋଆରେ ପୁଣି ବଢ଼ିଲା କର୍ଫ୍ୟୁ

ପାନାଜି,୨୯ା୫: ଦେଶରେ କରୋନାର ଦ୍ୱିତୀୟ ଲହର ଜାରି ରହିଛି। ସଂକ୍ରମଣ ବଢୁଥିବାରୁ ଅଧିକାଂଶ ରାଜ୍ୟରେ ଲଗାତର ଲକ୍‌ଡାଉନ୍‌ ଏବଂ ନାଇଟ୍‌ କର୍ଫ୍ୟୁ କ୍ରମାଗତ ଭାବେ ବଢ଼ାଯାଉଛି।କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଗୋଆରେ କର୍ଫ୍ୟୁକୁ ୭ ଜୁନ୍‌ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହି କର୍ଫ୍ୟୁ ଶେଷଥର ମେ’ ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। ବର୍ତ୍ତମାନ ଏହାକୁ ପୁଣି ଜୁନ୍‌ ୭ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଥିବା ରାଜ୍ୟ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ବନ୍ତ ଘୋଷଣା କରିଛନ୍ତି।

ଏହାପୂର୍ବରୁ ମେ’ ୯ରୁ ୨୩ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ କଡ଼ା କର୍ଫ୍ୟୁ ଲାଗୁ କରାଯାଇଥିଲା। ଏ ସମ୍ପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ସମୟ ମଧ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଏବଂ ଖାଦ୍ୟ ଦୋକାନ ସକାଳ ୭ରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଖୋଲା ରହିବ। ମେଡିଶିନ ଷ୍ଟୋରଗୁଡ଼ିକ ସାଧାରଣ ଭାବେ ଖୋଲାରହିବ।

Share