Categories: ଜାତୀୟ

ନୁହରେ ଆଜି ସକାଳ ୯ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ଚଣ୍ଡିଗଡ,୯।୮: ହରିୟାଣାର ନୁହରେ ହିଂସା ପରେ ପରିସ୍ଥିତି ଏ ପର୍ଯ୍ୟନ୍ତ ସ୍ବାଭାବିକ ଅବସ୍ଥାକୁ ଆସିନାହିଁ। ଯେଉଁ କାରଣରୁ ଇଣ୍ଟରନେଟ୍‌ ସେବା ଉପରେ ଜାରି ଥିବା ପ୍ରତିବନ୍ଧକକୁ ଆହୁରି ବୃଦ୍ଧି କରାଯାଇଛି। ବର୍ତ୍ତମାନ ଅଗଷ୍ଟ ୧୧ପର୍ଯ୍ୟନ୍ତ ନୁହ ଜିଲାରେ ଇଣ୍ଟରନେଟ୍‌ ଏବଂ ଏସଏମଏସ ସେବା ଉପରେ ପ୍ରତିବନ୍ଧକ ଲଗାଯିବ। ଅନ୍ୟପକ୍ଷରେ, ନୁହ ଜିଲା ମାଜିଷ୍ଟ୍ରେଟଙ୍କ ତରଫରୁ ଏକ ନିର୍ଦ୍ଦେଶ ଜାରି କରାଯାଇ ଅଗଷ୍ଟ ୯ ଅର୍ଥାତ୍‌ ଆଜି ସକାଳ ୯ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ କରାଯିବ। ଯାହାଫଳରେ ଲୋକମାନେ ଅତି ଆବଶ୍ୟକ ଜିନିଷପତ୍ର କିଣି ପାରିବେ। ଏପରିକି ଏହା ପୂର୍ବରୁ ୪ ଘଣ୍ଟା କର୍ଫ୍ୟୁ କୋହାଳ କରାଯାଇଥିଲା। ବ୍ୟାଙ୍କ୍‌ ଏବଂ ଏଟିଏମ ମଧ୍ୟ ଖୋଲାଯାଇଥିଲା।

 

Share