Categories: ବାଣିଜ୍ୟ

‘କର୍କଟ ଯତ୍ନର ସାମ୍ପ୍ରତିକ ଆଧୁନିକୀକରଣ’

ଭୁବନେଶ୍ୱର,୨୪ା୬(ଅନୁରାଧା ମହାରଣା): ଏଚ୍‌ସିଜି ପଣ୍ଡା କ୍ୟାନ୍‌ସର ହସ୍ପିଟାଲ ପକ୍ଷରୁ କର୍କଟ ଯତ୍ନର ସାମ୍ପ୍ରତିକ ଆଧୁନିକରଣ ଉପରେ ଏକ ସଚେତନତା କର୍ମଶାଳା ଆୟୋଜିତ ହୋଇଯାଇଛି। ଭୁବନେଶ୍ବରସ୍ଥିତ ଏକ ହୋଟେଲରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମେଡିକାଲ ଡାଇରେକ୍ଟର ପ୍ରଫେସର ଡା. କୃପାସିନ୍ଧୁ ପଣ୍ଡା ସ୍ବାଗତ ଭାଷଣ ଦେଇଥିଲେ। ହସ୍ପିଟାଲ ପକ୍ଷରୁ ରେଡିଏଶନ ଅଙ୍କୋଲୋଜିଷ୍ଟ ଡା. ପ୍ରକାଶ କୁମାର ସାଇଁ, ସର୍ଜିକାଲ ଅଙ୍କୋଲୋଜିଷ୍ଟ ଡା. ସଂଗ୍ରାମ କେଶରୀ ପଣ୍ଡା, ମେଡିକାଲ ଅଙ୍କୋଲୋଜିଷ୍ଟ ଡା. ଶ୍ରୀଗୋପାଳ ମହାନ୍ତି ପ୍ରମୁଖ କର୍କଟ ଯତ୍ନର ସାମ୍ପ୍ରତିକ ଆଧୁନୀକରଣ ଉପରେ ବିଭିନ୍ନ ବୈଜ୍ଞାନିକ ଆଲୋଚନା ଉପରେ ଆଲୋକପାତ କରିଥିଲେ।

ଏହି କାର୍ଯ୍ୟକ୍ରମରେ ୧୦୦ରୁ ଅଧିକ ଡାକ୍ତର ଅଂଶ ଗ୍ରହଣ କରିଥିଲେ। ହସ୍ପିଟାଲ ପକ୍ଷରୁ ଏହାର ମୁଖ୍ୟ କାର୍ଯ୍ୟନିର୍ବାହୀ ଶାନ୍ତନୁ ଦାସ, ରେଡିଏଶନ ଅଙ୍କୋଲୋଜିଷ୍ଟ ଡାକ୍ତର ସିଦ୍ଧାର୍ଥ ପଟ୍ଟନାୟକ, ନ୍ୟୁକ୍ଲିୟର ମେଡିସିନର ଡାକ୍ତର ତୁଷାର ମହାପାତ୍ର, ମେଡିକାଲ ଅଙ୍କୋଲୋଜିଷ୍ଟ ଡା. ପ୍ରଶାନ୍ତ କୁମାର ପରିଡ଼ା, ରେଡିଏଶନ୍‌ ଅଙ୍କୋଲୋଜିଷ୍ଟ ରଣଜିତ୍‌ କରଙ୍କ ସମେତ ସମସ୍ତ ବିଭାଗର କର୍ମଚାରୀ ଉପସ୍ଥିତ ଥିଲେ। ପରିଶେଷରେ ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟ ଶୁଭ୍ରମ ପାଣି ଧନ୍ୟବାଦ ଦେଇଥିଲେ।

Share