ଅଗଷ୍ଟ ୧୪ରେ ଶେଷ ହେବ ଶେହବାଜ ସରକାରଙ୍କ କାର୍ଯ୍ୟକାଳ

ଇସଲାମବାଦ,୧୩।୭: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ କାର୍ଯ୍ୟକାଳ ଚଳିତ ବର୍ଷ ଅଗଷ୍ଟ ୧୪ରେ ଶେଷ ହେବାକୁ ଯାଉଛି। ଏନେଇ ସେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ନିର୍ବାଚନ ଆୟୋଗ ଆଗାମୀ ନିର୍ବାଚନ ପାଇଁ ତାରିଖ ଘୋଷଣା କରିବେ। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଶେହବାଜଙ୍କ ଏହି ବିବୃତ୍ତି ଶାସନ କ୍ଷମତାରେ ଥିବା ମେଣ୍ଟ ସରକାର ପାକିସ୍ତାନ ଡେମୋକ୍ରାଟିକ ମୁଭମେଣ୍ଟ (ପିଡିଏମ)ର ମୁଖ୍ୟ ମୌଲାନା ଫଜଲୁର ରେହମାନଙ୍କୁ ଭେଟିବାର ଗୋଟିଏ ଦିନ ପରେ ଆସିଛି।

Share