ମନ୍ମଥଙ୍କଠାରୁ ବହୁ ଆଗରେ ଅପରାଜିତା, ଜାଣନ୍ତୁ କେତେ ଭୋଟ୍‌ରେ ଆଗୁଆ….

ଭୁବନେଶ୍ୱର,୪।୬: ୨୦୧୪ ଲୋକ ସଭା ନିର୍ବାଚନର ଭୋଟ ଗଣତି ଜାରି ରହିଥିବା ବେଳେ ଭାଜପା ପ୍ରାର୍ଥୀମାନେ ବହୁ ଆଗରେ ଚାଲିଛନ୍ତି। ବର୍ତ୍ତମାନର ଟ୍ରେଣ୍ଡ ଅନୁଯାୟୀ ଭାଜପା ୧୯ ଆସନରେ ଆଗୁଆ ଥିବା ବେଳେ ବିଜେଡି ୧ରେ ଆଗୁଆ ଅଛି। ସେହିଭଳି କଂଗ୍ରେସ ମଧ୍ୟ ୧ ଆସନରେ ଆଗରେ ଚାଲିଛି। ତେବେ ଭୁବନେଶ୍ୱର ଲୋକ ସଭା ଆସନରେ ଭାଜପା ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଆଗୁଆ ଅଛନ୍ତି।

ଅପରାଜିତାଙ୍କୁ ଏବେ ୨୪୧୪୫୫ ଭୋଟ ପାଇଥିବା ବେଳେ ବିଜେଡି ପ୍ରାର୍ଥୀ ମନ୍ମଥ ରାଉତରାୟ ୨୨୪୮୭୫ ଖଣ୍ଡ ଭୋଟ ପାଇଛନ୍ତି। ସେହିଭଳି କଂଗ୍ରେସ ପ୍ରାର୍ଥୀଙ୍କୁ ମାତ୍ର ୨୯୩୬୩ ଭୋଟ ମିଳିଛି। ତଦନୁଯାୟୀ ଅପରାଜିତା ୧୬୫୮୦ ଭୋଟରେ ଆଗୁଆ ଅଛନ୍ତି।

Share