ଗଞ୍ଜାମ ପାଇଁ ଅଭିଶପ୍ତ ବାଚସ୍ପତି ପଦ

ବ୍ରହ୍ମପୁର,୯ା୬(ନରସିଂହ ସାହୁ)ଗଞ୍ଜାମ ଜିଲାର ରାଜନେତାଙ୍କ ପାଇଁ ବିଧାନସଭା ବାଚସ୍ପତି ଓ ରାଜ୍ୟ ଅର୍ଥମନ୍ତ୍ରୀ ପଦ ଅଭିଶପ୍ତ ହୋଇଥିବା କେତେକ ନଜିର ଅଛି। ଅତୀତରେ ଯେଉଁମାନେ ଉପରୋକ୍ତ ପଦ ପାଇଥିଲେ ସେମାନଙ୍କ ପରବର୍ତ୍ତୀ ରାଜନୀତି ଓଲଟପାଲଟ ହୋଇଯାଇଛି। ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପରେ ଗଞ୍ଜାମର ନେତା ଲାଲ ମୋହନ ପଟ୍ଟନାୟକ ୧୯୪୬ରୁ ୧୯୫୨ ପର୍ଯ୍ୟନ୍ତ ବିଧାନସଭା ବାଚସ୍ପତି ହୋଇଥିଲେ। ପରେ ସେ ରାଜନୀତିରୁ ଅଦୃଶ୍ୟ ହୋଇଯାଇଥିଲେ। ଓଡ଼ିଶା ହାଇକୋର୍ଟର ପ୍ରାକ୍ତନ ମୁଖ୍ୟ ବିଚାରପତି ଲିଙ୍ଗରାଜ ପାଣିଗ୍ରାହୀ ଅବସର ନେବା ପରେ ରାଜନୀତିରେ ପ୍ରବେଶ କରି ପ୍ରଥମେ ୧୯୫୭ ନିର୍ବାଚନରେ ବ୍ରହ୍ମପୁର ବିଧାନସଭା ଆସନରୁ କଂଗ୍ରେସକୁ ନିର୍ବାଚିତ ହୋଇ କ୍ୟାବିନେଟ ମନ୍ତ୍ରୀ ପଦ ପାଇଥିଲେ। ୧୯୬୧ ନିର୍ବାଚନରେ ସେ କୋଦଳାରୁ ନିର୍ବାଚିତ ହୋଇ ବାଚସ୍ପତି ପଦ ପାଇଥିଲେ। ପରେ ରାଜନୀତିରୁ ବିଦାୟ ନେଲେ ଓ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି ହୋଇଥିଲେ।
୧୯୮୦ ନିର୍ବାଚନରେ ଭଞ୍ଜନଗରରୁ ନିର୍ବାଚିତ କଂଗ୍ରେସ ବିଧାୟକ ସୋମନାଥ ରଥ ବିଧାନସଭା ବାଚସ୍ପତି ହୋଇଥିଲେ। ମାତ୍ର ଅଢ଼େଇ ବର୍ଷ ପରେ ସେ ପଦ ଛାଡ଼ିଥିଲେ। ୧୯୮୫ ନିର୍ବାଚନରେ ଚିକିଟିରୁ ନିର୍ବାଚିତ ଚିନ୍ତାମଣି ଦ୍ୟାନ ସାମନ୍ତରା ପ୍ରଥମେ ଉପବାଚସ୍ପତି ଓ ପରେ ୧୯୯୫ରେ ସେହି ଆସନରୁ ଜିତି ପ୍ରଥମେ ଉପବାଚସ୍ପତି ଓ ପରେ ବାଚସ୍ପତି ହେଲେ। ଏହା ପରେ ୨୦୦୦, ୨୦୦୪ ଓ ୨୦୦୯ ନିର୍ବାଚନ ଲଢ଼ି ଲଗାତର ପରାସ୍ତ ହୋଇଥିଲେ। ପରିଶେଷରେ ସେ ରାଜନୀତିରୁ ଦୂରେଇଛନ୍ତି। ୨୦୧୯ ନିର୍ବାଚନରେ ଦିଗପହଣ୍ଡିରୁ ବିଜେଡି ବିଧାୟକ ହୋଇ ସୂର୍ଯ୍ୟ ନାରାୟଣ ପାତ୍ର ଗଞ୍ଜାମ ଜିଲାରୁ ୫ମ ନେତା ଭାବେ ବିଧାନସଭାର ବାଚସ୍ପତି ପଦ ପାଇଥିଲେ। ଅସୁସ୍ଥତା ଯୋଗୁ ସେ ପଦରୁ ଇସ୍ତଫା ଦେବାରୁ ଭଞ୍ଜନଗରରୁ ୬ ଥର ବିଧାୟକ ହୋଇଥିବା ବିକ୍ରମ କେଶରୀ ଆରୁଖ ମନ୍ତ୍ରୀ ପଦ ଛାଡ଼ି ଜିଲାରୁ ଷଷ୍ଠ ବାଚସ୍ପତି ହୋଇଥିଲେ। ପରେ ସେ ଇସ୍ତଫା ଦେଇ ପୁଣି ମନ୍ତ୍ରୀ ହୋଇଥିଲେ। ତାଙ୍କୁ ଗୁରୁତ୍ୱପୂର୍ଣ୍ଣ ଅର୍ଥ ବିଭାଗ ଦିଆଯାଇଥିଲା। ୨୦୨୪ ନିର୍ବାଚନରେ ଆରୁଖ ସପ୍ତମ ଥର ପାଇଁ ତାଙ୍କ ପାରମ୍ପରିକ ଆସନ ଭଞ୍ଜନଗରରୁ ଲଢ଼ିଥିଲେ। ଭାଜପା ହାୱାରେ ସେ ୧୬ ହଜାରରୁ ଅଧିକ ଭୋଟରେ ପରାସ୍ତ ହୋଇଛନ୍ତି। ତାଙ୍କ ଆଗାମୀ ରାଜନୀତି କ’ଣ ହେବ ସେ ନେଇ ବିଭିନ୍ନ ମହଲ ଚର୍ଚ୍ଚା କରୁଛନ୍ତି।
ସେହିପରି ଗଞ୍ଜାମର ନେତା ବିନାୟକ ଆଚାର୍ଯ୍ୟ ନନ୍ଦିନୀ ଶତପଥୀଙ୍କ ଦ୍ୱିତୀୟ ସରକାରରେ ଅର୍ଥମନ୍ତ୍ରୀ ହୋଇଥିଲେ। ପରେ ସେ ସ୍ପଳ୍ପକାଳ ମୁଖ୍ୟମନ୍ତ୍ରୀ ହେଲେ। ତେବେ ପରବର୍ତ୍ତୀ ପର୍ଯ୍ୟାୟରେ ସେ ମଧ୍ୟ ରାଜନୀତିରୁ ଶେଷ ହୋଇ ଯାଇଥିଲେ। ୧୯୯୦ ନିର୍ବାଚନରେ କୋଦଳାରୁ ନିର୍ବାଚିତ ଜନତା ଦଳ ବିଧାୟକ ରାମକୃଷ୍ଣ ପଟ୍ଟନାୟକ ବିଜୁ ପଟ୍ଟନାୟକଙ୍କ ସରକାରରେ ଅର୍ଥମନ୍ତ୍ରୀ ହେବା ପରେ ମାତ୍ର ଦୁଇ ବର୍ଷ ପରେ ସେହି ବିଭାଗରୁ ତଡ଼ା ଖାଇଥିଲେ। ୨୦୦୦ ନିର୍ବାଚନରେ କୋଦଳାରୁ ନିର୍ବାଚିତ ବିଜେଡି ବିଧାୟକ ରାମକୃଷ୍ଣ ନବୀନ ପଟ୍ଟନାୟକଙ୍କ ପ୍ରଥମ ପାଳି ସରକାରରେ ପୁଣି ଅର୍ଥମନ୍ତ୍ରୀ ହୋଇଥିଲେ। ଦୁଇ ବର୍ଷରେ ପଦ ବଦଳିଲା ଓ ସେ ଦଳରୁ ବିତାଡ଼ିତ ହୋଇଥିଲେ। ସେବେଠାରୁ ତାଙ୍କ ରାଜନୀତି ମଧ୍ୟ ଓଲଟ ପାଲଟ ହୋଇଯାଇଥିଲା। ତେଣୁ ଗଞ୍ଜାମ ଜିଲା ପାଇଁ ବାଚସ୍ପତି ଓ ଅର୍ଥମନ୍ତ୍ରୀ ପଦ ଅଭିଶପ୍ତ ପାଲଟିଥିବା ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ପୂର୍ବରୁ ଯୁବ କଂଗ୍ରେସ କର୍ମୀଙ୍କୁ ଉଠାଇନେଲା ପୋଲିସ

କେନ୍ଦୁଝର,୨୦ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ କେନ୍ଦୁଝର ଗସ୍ତ ପୂର୍ବରୁ ପୋଲିସ କଂଗ୍ରେସ କର୍ମୀଙ୍କୁ ଥାନାକୁ ଉଠାଇନେଇଛି। କର୍ମୀମାନେ କଳା ଡ୍ରେସ୍‌ ପିନ୍ଧି ବିକ୍ଷୋଭ...

ହଇଜାରେ ଚାଲିଗଲା ୨ ଜୀବନ, ୩୦ରୁ ଊର୍ଦ୍ଧ୍ୱ ଡାକ୍ତରଖାନାରେ ଭର୍ତ୍ତି

ବାରିପଦା,୨୦ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ଗୁଡିଆଲବନ୍ଧ ପଞ୍ଚାୟତ ଆଲବନ୍ଧ ଗ୍ରାମ ବାଥୁଡ଼ିସାହିରେ ହଇଜା ଆକ୍ରମଣରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଏକ...

ଫରେଷ୍ଟରଙ୍କ ମୃତ୍ୟୁକୁ ନେଇ ମୁହଁଖୋଲିଲେ ପିସିସିଏଫ: କହିଲେ…

ଭୁବନେଶ୍ୱର,୨୦।୯: ଫରେଷ୍ଟରଙ୍କ ମୃତ୍ୟୁକୁ ନେଇ ପିସିସିଏଫ ଦେବୀଦତ୍ତ ବିଶ୍ବାଳ ଶୁକ୍ରବାର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଅପ୍ରାକୃତିକ ମୃତ୍ୟୁ ହୋଇଛି, ଆତ୍ମହତ୍ୟା ଅଭିଯୋଗରେ ତଦନ୍ତ ଚାଲିଛି।...

ଭରତପୁର ଥାନାରେ ଲୋମଟାଙ୍କୁରା କଳା ରାତିର କଥା କହିବା ପରେ, ଏବେ ଡିସିପିଙ୍କ ମନ୍ତବ୍ୟକୁ ନେଇ…

ଭୁବନେଶ୍ୱର,୨୦।୯: ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ମାଡ଼ ଘଟଣାରେ ପୀଡ଼ିତା ମୁହଁ ଖୋଲିବା ପରେ ଏବେ ଡିସିପିଙ୍କ ମନ୍ତବ୍ୟ ନେଇ ପ୍ରଶ୍ନ ଉଠୁଛି।...

ରେଡ୍‌ ଡଟ୍‌ ହେଲ୍‌ଥ ସହ ଉତ୍କଳ ହସ୍ପିଟାଲର ବୁଝାମଣା

ଭୁବନେଶ୍ୱର,୨୦।୯ (ଅଭୟ ଦାଶ):ରାଜ୍ୟର ପ୍ରମୁଖ ଘରୋଇ ଚିକିତ୍ସାଳୟ ତଥା ଭୁବନେଶ୍ୱରର ଉତ୍କଳ ହସ୍ପିଟାଲ ଏବଂ ରେଡ୍‌ ଡଟ୍‌ ହେଲ୍‌ଥ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ...

ନବୀନଙ୍କ କଥାରେ ଚିହିଁକି ଉଠିଲେ ସୁରେଶ ପୂଜାରୀ: କହିଲେ ଶହେ ଦିନର ସରକାରକୁ…

ଭୁବନେଶ୍ୱର,୨୦।୯: ନବୀନଙ୍କ ନ୍ୟାୟିକ ତଦନ୍ତ ଦାବିକୁ କଟାକ୍ଷ କଲେ ମନ୍ତ୍ରୀ ସୁରେଶ ପୂଜାରୀ। ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣାରେ ମୁହଁ...

କେନ୍ଦୁଝରରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

କେନ୍ଦୁଝର (ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ପୂର୍ବାହ୍ନ ପ୍ରାୟ ୧୧ଟାରେ କେନ୍ଦୁଝରରେ ପହଞ୍ଚିଛନ୍ତି। ରାଇସୁଆଁ ଏୟାରଷ୍ଟ୍ରିପରେ ଓହ୍ଲାଇ ରାସ୍ତା ପଥରେ ସିଧାସଳଖ...

ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା: ମୁହଁ ଖୋଲିଲେ ନବୀନ, କହିଲେ….

ଭୁବନେଶ୍ୱର,୨୦।୯: ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣାରେ ମୁହଁ ଖୋଲିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ସେ ଏହି ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri