ମହାଭାରତ ଦୁନିଆର ସବୁଠାରୁ ବଡ଼ କାବ୍ୟ। ଏହି ଯୁଦ୍ଧରେ ଅଭିଶାପର ପ୍ରମୁଖ ଭୂମିକା ରହିଛି। ସେଥିରୁ କିଛି ଆଜି ପର୍ଯ୍ୟନ୍ତ ଚାଲି ଆସୁଥିବା ବିଶ୍ୱାସ ରହିଛି।
ଯୁଧିଷ୍ଠିରଙ୍କ ଅଭିଶାପ:
କର୍ଣ୍ଣଙ୍କ ବଧ ପରେ କୁନ୍ତି ବଡ଼ପୁଅଙ୍କ ମୃତଦେହ ନିକଟରେ କ୍ରନ୍ଦନ କରୁଥିଲେ। ଏହାଦେଖି ଯୁଧିଷ୍ଠିର ତାଙ୍କୁ ଏହାର କାରଣ ପଚାରିଥିଲେ। ଏହାପରେ କୁନ୍ତି ଜୀବନର ସବୁଠାରୁ ବଡ଼ ରହସ୍ୟ ପ୍ରକାଶ କରିଥିଲେ। କର୍ଣ୍ଣ ତାଙ୍କର ବଡ଼ ପୁଅ ବୋଲି ସେ କହିଥିଲେ। ଏହି ରହସ୍ୟ ଲୁଚାଇଥିବାରୁ ମହାଭାରତ ଯୁଦ୍ଧ ହୋଇଥିବା ଯୁଧିଷ୍ଠିର କହିଥିଲେ। ଏହାକୁ ନେଇ ସମଗ୍ର ମହିଳା ଜାତିଙ୍କୁ ଅଭିଶାପ ଦେଇଥିଲେ ଯେ ସେମାନେ କୌଣସି କଥା ଲୁଚାଇ ପାରିବେ ନାହିଁ।
ଅଶ୍ୱତ୍ଥାମାଙ୍କୁ ଭଗବାନ ଶ୍ରୀକୃଷ୍ଣଙ୍କ ଅଭିଶାପ:
ମହାଭାରତ ଯୁଦ୍ଧର ଶେଷଦିନରେ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କ ପୁଅ ଅଶ୍ୱତ୍ଥାମା ରାତିରେ ଶୋଇଥିବା ସମୟରେ ଦ୍ରୋପଦୀଙ୍କ ପାଞ୍ଚ ପୁଅଙ୍କୁ ହତ୍ୟା କରିଥିଲେ। ଏହାପରେ ପାଣ୍ଡବମାନେ ଅଶ୍ୱତ୍ଥାମାଙ୍କୁ ଦଣ୍ଡିତ କରିବା ଲାଗି ମହର୍ଷୀ ବ୍ୟାସଙ୍କ ଆଶ୍ରମକୁ ଯାଇଥିଲେ। ଅଶ୍ୱତ୍ଥାମା ବ୍ରହ୍ମାସ୍ତ୍ର ଛାଡ଼ିଥିଲେ। ଜବାବରେ ଅଜ୍ରୁନ ମଧ୍ୟ ସେଭଳି କରିଥିଲେ। ଉଭୟଙ୍କ ବ୍ରହ୍ମାସ୍ତ୍ରକୁ ବ୍ୟାସ ରୋକିଥିଲେ। ଶେଷରେ ଅଶ୍ୱତ୍ଥମା ଏହାକୁ ଅଭିମନ୍ୟୁଙ୍କ ସ୍ତ୍ରୀ ଉତ୍ତରାଙ୍କ ଆଡକୁ ତାହା ପଠାଇଦେଇଥିଲେ। ଏଥିରେ ରାଗିଯାଇ କୃଷ୍ଣ ତାଙ୍କର ମଣି ବାହାର କରିଦେଇ ଅଭିଶାପ ଦେଇଥିଲେ। ସେ ସୃଷ୍ଟିର ଶେଷ ପର୍ଯ୍ୟନ୍ତ ନିଜର କ୍ଷତ ସହ ବିଚରଣ କରିବେ ବୋଲି କହିଥିଲେ।
ମାଣ୍ଡବ ଋଷିଙ୍କ ଅଭିଶାପ:
ମହାଭାରତ ଅନୁସାରେ ମାଣ୍ଡବ ଋଷିଙ୍କୁ ଜଣେ ରାଜା ଶୁଳିରେ ଟାଙ୍ଗିଦେବାର ଦଣ୍ଡ ଶୁଣାଇଥିଲେ। ହେଲେ କ୍ରୁଶବିଦ୍ଧ ହେବା ପରେ ମଧ୍ୟ ସେ ଜୀବିତ ରହିଥିଲେ। ପରେ ସେ ଯମରାଜଙ୍କୁ ଏହାର କାରଣ ପଚାରିଥିଲେ। ଯାହାର ଯବାବରେ ଯମରାଜ କହିଥିଲେ, ୧୨ ବର୍ଷ ବୟସରେ ଋଷି ଏକ ପ୍ରଜାପତିକୁ ବିଦ୍ଧ କରିଥିଲେ। ଏହାର ଦଣ୍ଡ ତାଙ୍କୁ ମିଳିଛି। ଏହାଶୁଣି ରାଗିଯାଇଥିଲେ ଋଷି। ବାଳକ ହିସାବରେ ତାଙ୍କର ଧର୍ମ-ଅଧର୍ମର ଜ୍ଞାନ ନ ଥିଲା। ଏପରିକି ସେ ଯମରାଜଙ୍କୁ ଅଭିଶାପ ଦେଇଥିଲେ ଯେ ସେ ଜଣେ ଦାସୀର ପୁଅ ଭାବେ ଜନ୍ମ ଦେବେ। ଏହାପରେ ସେ ବିଦୁର ଭାବେ ଜନ୍ମ ହୋଇଥିଲେ।