ନଭେମ୍ବରରେ ଆସିବ କର୍ବେଭାକ୍ସ

ହାଇଦ୍ରାବାଦ, ୨୬।୧୦(ଆଇଏଏନ୍‌ଏସ୍‌): ନଭେମ୍ବର ଶେଷ ସୁଦ୍ଧା ହାଇଦ୍ରାବାଦର ଟିକା ଉତ୍ପାଦନକାରୀ କମ୍ପାନୀ ବାୟୋଲୋଜିକାଲ-ଇ ପ୍ରସ୍ତୁତ କୋଭିଡ୍‌ ଭାକ୍ସିନ ‘କର୍ବେଭାକ୍ସ’ ବଜାରକୁ ଆସିବ ବୋଲି ଆଶା କରାଯାଉଛି। ପ୍ରଥମ ଦିନରେ କମ୍ପାନୀ ପାଖାପାଖି ୧୦ କୋଟି ଡୋଜ୍‌ ଯୋଗାଇଦେବାକୁ ଲକ୍ଷ୍ୟ ରଖିଛି। ବର୍ତ୍ତମାନ କର୍ବେଭାକ୍ସର ତୃତୀୟ ପର୍ଯ୍ୟାୟ ପରୀକ୍ଷା ଜାରି ରହିଥିବା କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ମହିମା ଡାଟ୍‌ଲା ସୋମବାର କହିଛନ୍ତି। ନଭେମ୍ବରରେ ଏହି ପରୀକ୍ଷା ଶେଷ ହେବା ପରେ ଲାଇସେନ୍ସ ମିଳିଯିବ। ୨୦୨୨ ଶେଷ ସୁଦ୍ଧା ୧୦୦ କୋଟି କୋଭିଡ୍‌ ଟିକା ଉତ୍ପାଦନ ନିମନ୍ତେ କାରଖାନାର ସାମର୍ଥ୍ୟ ବଢ଼ାଇବା ପାଇଁ ଆମେରିକାର ଇଣ୍ଟରନ୍ୟାଶନାଲ ଡେଭେଲପମେଣ୍ଟ ଫାଇନାନ୍ସ କର୍ପୋରେଶନ (ଡିଏଫ୍‌ସି) ୫୦ ନିୟୁତ ଡଲାର ଯୋଗାଇଦେବ। ଏଥିପାଇଁ ସୋମବାର ଡିଏଫ୍‌ସ ସହ ଚୁକ୍ତିନାମା ସ୍ବାକ୍ଷର ହୋଇଛି।

Share