Categories: ବାଣିଜ୍ୟ

କନକ ଜୁଏଲେରିରୁ ସୁନା କିଣି ଇ-ବାଇକ୍‌ ପାଇଲେ ଗ୍ରାହକ

କେନ୍ଦୁଝର,୪ା୫(ସ୍ବ.ପ୍ର.): କେନ୍ଦୁଝର ଜିଲାର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ କନକ ଜୁଏଲାରୀରୁ ସୁନା କିଣି ଇ-ବାଇକ୍‌ ପାଇଲେ ଗ୍ରାହକ। ଏପରିକି ୨୦୨୩ ଏପ୍ରିଲଠାରୁ ଅକ୍ଷୟ ତୃତୀୟା ପର୍ଯ୍ୟନ୍ତ ସୁନା ଅଳଙ୍କାର କ୍ରୟ ଉପରେ ସ୍ବତନ୍ତ୍ର ରିହାତି ବ୍ୟବସ୍ଥା କରାଯାଇଥିଲା। ଏଥିସହ ୫ ହଜାର ଟଙ୍କାରୁ ଅଧିକ ସୁନା କିଣିଲେ ମାଗଣା ଲଟେରୀ କୁପନ୍‌ର ବ୍ୟବସ୍ଥା କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ପ୍ରାୟ ୨୦ ହଜାର ଗ୍ରାହକ ସୁନା କିଣାବିକା କରିଥିବାବେଳେ ନିକଟରେ ବିଏସ୍‌ ମଲ୍‌ ଠାରେ ଗ୍ରାହକମାନଙ୍କ ଉପସ୍ଥିତିରେ ଉକ୍ତ ଲଟେରୀ ଉଠାଣ କରାଯାଇଥିଲା। ଉଲ୍ଲେଖଯୋଗ୍ୟ ସ୍ଥାନୀୟ ଫୁଲ କଅଁଳେଇର ହିମାଂଶୁ ବେହେରା ତାଙ୍କ ମାଆ ବାସନ୍ତୀ ଓ ପତ୍ନୀ ମଧୁସ୍ମିତାଙ୍କ ଉପସ୍ଥିତିରେ ତାଙ୍କ ଦୁଇ ଶିଶୁ ଭୂମିଶ୍ରୀ ଓ ଭୂଦେବ ଲଟେରୀ ଉଠାଣ କରିଥିଲେ। ଉକ୍ତ ଲଟେରୀ ଉଠାଣରେ ପାଟଣା ଥାନା କପୁଣ୍ଡି ଗ୍ରାମର ବିଭୁତି ଭୂଷଣ ସାହୁ ଇ-ବାଇକ୍‌ ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିଲେ। ଚଳିତ ମାସ ମଧ୍ୟ ପୁଣି ଇ-ବାଇକ୍‌ ଲଟେରୀ ମାଧ୍ୟମରେ ପ୍ରଦାନ କରାଯିବ ବୋଲି ଅନୁଷ୍ଠାନ ପକ୍ଷରୁ ବିଶ୍ୱନାଥ ରାଉଳ କହିଛନ୍ତି। ମାସର ପ୍ରଥମ ଦିନରେ ଏହି ଲଟେରୀ ବିଏସ୍‌ ମଲ୍‌ ପରିସରରେ ହେବାକୁ ଥିବାରୁ ଗ୍ରାହକମାନେ ଉପସ୍ଥିତ ରହିବାକୁ କନକ ଜୁଏଲାରୀର ଜିତେନ୍ଦ୍ର କୁମାର ସାହୁ ନିବେଦନ କରିଛନ୍ତି।

Share