ବିରିୟାନୀକୁ ନେଇ ବିବାଦ: ଗ୍ରାହକଙ୍କୁ ଲାଠିଚାର୍ଜ କଲେ ହୋଟେଲର ଓ୍ବେଟର, ଭିଡିଓ ଭାଇରାଲ

ହାଇଦ୍ରାବାଦ,୨।୧: ବିରିୟାନୀକୁ ନେଇ ତୁମୁଳ କାଣ୍ଡ। ଘଟଣା ଏପରି ହେଲା କି, ହୋଟେଲର ଓ୍ବେଟରମାନେ ଗ୍ରାହକଙ୍କ ଉପରେ ଲାଠିଚାର୍ଜ କରିଛନ୍ତି। ନୂଆବର୍ଷରେ ଲୋକେ ରେଷ୍ଟୁରାଣ୍ଟ, କ୍ଲବ କିମ୍ବା ପବ୍‌କୁ ଯାଇ ପାଳନ କରୁଥିବାବେଳେ ଗୋଟିଏ ହୋଟେଲରେ ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବିରିୟାନୀକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି।

ସୂଚନା ଅନୁଯାୟୀ, ୨୦୨୩ ଡିସେମ୍ବର ୩୧ରେ ଜିରୋ ନାଇଟ ସେଲିବ୍ରେଶନ ପାଇଁ ହାଇଦ୍ରାବାଦର ଗୋଟିଏ ଗ୍ରାଣ୍ଡ ହୋଟେଲରେ ଜୋରଦାର ପ୍ରସ୍ତୁତି ଚାଲିଥିଲା। ଖଚାଖଚ ଭିଡ ହେବା ସହ ନାଚଗୀତର ମଧ୍ୟ ଆସର ଜମିଥିଲା। ଗ୍ରାହକଙ୍କୁ ସେମାନଙ୍କର ମନ ପସନ୍ଦର ଖାଦ୍ୟ ପାନୀୟ ପରଷା ଯାଉଥିଲା। ତେବେ ଏତିକି ବେଳେ କିଛି ଗ୍ରାହକ ବିରିୟାନୀ ଥଣ୍ଡା ପରଷା ଯାଉଥିବା ନେଇ ଅଭିଯୋଗ କରିଥିଲେ। ଜଣେ ଗ୍ରାହକ ରାଗିଯାଇ ହୋଟେଲର ଓ୍ବେଟରଙ୍କ ଉପରେ ଆକ୍ରମଣ କରିଥିଲେ। ଏହାପରେ ଓ୍ବେଟରଙ୍କର ଗ୍ରୁପ ଗ୍ରାହକଙ୍କ ଉପରେ ଆକ୍ରମଣ କରିବା ପାଇଁ ଉଦ୍ୟତ ହୋଇଥିଲେ। ଓ୍ବେଟରମାନେ ବାଡି ଓ ଚେୟାର ବ୍ୟବହାର କରି ଗ୍ରାହକଙ୍କୁ ମାରପିଟ୍‌ କରିଥିଲେ।

ଭିଡିଓରେ ହୋଟେଲର ଓ୍ବେଟର ଗୋଷ୍ଠୀ ସମ୍ମିଳିତ ଭାବେ ଗ୍ରାହକଙ୍କୁ ବାଡିରେ ଆକ୍ରମଣ କରୁଥିବା ନଜିର ରହିଛି। ଜଣେ ଓ୍ବେଟର ବଡ ଚାମଚରେ ମଧ୍ୟ ଗ୍ରାହକଙ୍କୁ ଆକ୍ରମଣ କରୁଥିବା ଦେଖାଯାଇଛି। ଏନେଇ ଥାନାରେ ଦୁଇଟି ମାମଲା ରୁଜୁ ହୋଇଛି। ଗୋଟିଏ ହୋଟେଲର ୫ଜଣ ସଦସ୍ୟଙ୍କ ବିରୋଧରେ ହୋଇଥିବାବେଳେ ଆଉ ଗୋଟିଏ ଜଣେ ଗ୍ରାହକଙ୍କ ବିରୋଧରେ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଟି୨୦ରେ ବିରାଟ ରାଜ୍; ମାରିଲେ ୧୦୦ ଅର୍ଦ୍ଧଶତକ

ଜୟପୁର,୧୩ା୪: ଭାରତୀୟ ଦଳର ଷ୍ଟାର୍‌ ବିରାଟ କୋହଲି ରବିବାର କ୍ରିକେଟ୍‌ ଇତିହାସରେ ନିଜ ନାମକୁ ସ୍ବର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ କରାଇଛନ୍ତି। ସେ ପ୍ରଥମ ଭାରତୀୟ କ୍ରିକେଟର...

ଜମି ବିବାଦରୁ ମହିଳାଙ୍କୁ ହତ୍ୟା ପରେ ଜାଳିଦେଲେ

ଇଟାଓ୍ବା, ୧୩।୪: ଉତ୍ତରପ୍ରଦେଶର ଇଟାଓ୍ବାରେ ଏକ ଜମି ବିବାଦକୁ କେନ୍ଦ୍ରକରି ଅଞ୍ଜଳି (୨୫) ନାମ୍ନୀ ଜଣେ ମହିଳାଙ୍କୁ ଗଳାଚିପି ହତ୍ୟା ପରେ ଜାଳି ଦେଇଛନ୍ତି ୨...

କଲେଜ ପିଲାଙ୍କୁ ଜୟ ଶ୍ରୀରାମ କହିବାକୁ କହି ବିବାଦରେ ତାମିଲନାଡୁ ରାଜ୍ୟପାଳ

ମଦୁରାଇ,୧୩।୪: ରାଜ୍ୟ ବିଧାନସଭାରେ ଗୃହୀତ ବିଲ୍‌ଗୁଡ଼ିକୁ ମଞ୍ଜୁରୀ ନ ଦେଇ ଦୀର୍ଘଦିନ ପକାଇରଖିବା ଘଟଣାରେ ଗତ ୮ ତାରିଖରେ ସୁପ୍ରିମକୋର୍ଟରୁ ଭର୍ତ୍ସିତ ହୋଇଥିବା ତାମିଲନାଡୁ ରାଜ୍ୟପାଳ...

ମ୍ୟାଚ୍ ମଝିରେ ବିରାଟ କୋହଲିଙ୍କ ସହ କ’ଣ ହେଲା; ସଞ୍ଜୁ ସାସମାନ କାହିଁକି ଯାଞ୍ଚ କଲେ ହାର୍ଟବିଟ୍ ?

ଜୟପୁର,୧୩।୪: ରବିବାର ଜୟପୁରରେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଆଇପିଏଲ୍ ୨୦୨୫ ମ୍ୟାଚ୍‌ର ମଝିରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ଷ୍ଟାରଙ୍କ ହାର୍ଟବିଟ୍ ଯାଞ୍ଚ କରାଇବା ପରେ...

ପଶ୍ଚିମବଙ୍ଗ ପରେ ଆସାମକୁ ବ୍ୟାପିଲା ଓ୍ବକ୍‌ଫ ନିଆଁ : ବିକ୍ଷୋଭକାରୀଙ୍କ ଟେକାମାଡ଼, ପୋଲିସର ଲାଠିଚାର୍ଜ

ଗୁଆହାଟୀ,୧୩ା୪: ପଶ୍ଚିମବଙ୍ଗରେ ଲାଗିଥିବା ଓ୍ବକ୍‌ଫ ଆଇନ ବିରୋଧୀ ଆନ୍ଦୋଳନର ନିଆଁ ରବିବାର ଆସାମକୁ ବ୍ୟାପିଛି। କେନ୍ଦ୍ର ସରକାରଙ୍କ ଏହି ସଂଶୋଧିତ ଆଇନ ବିରୋଧରେ ଆସାମର ଚମରାଗୁଡ଼ମ୍‌,...

ପ୍ରଥମ ଥର ଶକ୍ତିଶାଳୀ ଲେଜର୍ ବେସଡ୍ ଓ୍ୱିପନ୍ ପ୍ରଦର୍ଶନ କଲା ଭାରତ, ଚମକି ପଡ଼ିଲା ବିଶ୍ୱ

ନୂଆଦିଲ୍ଲୀ,୧୩।୪: ଭାରତ ପ୍ରଥମ ଥର ପାଇଁ ଏକ ଡ୍ରୋନକୁ ଖସାଇ ଦେବା ପାଇଁ ଉଚ୍ଚ-ଶକ୍ତିଶାଳୀ ଲେଜର-ବେସଡ୍ ଓ୍ୱିପନ୍ ବ୍ୟବହାର କରି ଏକ ଭବିଷ୍ୟତରେ ଆବଶ୍ୟକ ଅସ୍ତ୍ରର...

ପ୍ରଣବଙ୍କ ଗାଡ଼ିକୁ ଆକ୍ରମଣ: ସରକାରଙ୍କୁ କଡ଼ା ସମାଲୋଚନା କଲେ ନବୀନ

ଭୁବନେଶ୍ୱର,୧୩।୪: ରବିବାର ଧର୍ମଶାଳା ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡି ଉପରେ ଆରୁଆସ୍ଥିତ ଗ୍ରାମରେ ଆକ୍ରମଣ ହୋଇଛି। ଏହି ଆକ୍ରମଣ ସ୍ଥାନୀୟ ଖଣି ମାଫିଆମାନେ କରିଥିବା...

ବନ୍ଧୁକ ସହ ଅଭିଯୁକ୍ତ ଗିରଫ

ଭଞ୍ଜନଗର,୧୩ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ରବିବାର ବାଇବାଲିର ପଞ୍ଚାନନ ନାଇକଙ୍କୁ ଏକ ହତ୍ୟା ଧମକ ମାମଲାରେ ଗିରଫ କରିଛନ୍ତି। ଏଥିସହ ତାଙ୍କଠାରୁ ପୋଲିସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image