Categories: ବାଣିଜ୍ୟ

ଗ୍ରାହକ ସନ୍ତୁଷ୍ଟିକୁ ଗୁରୁତ୍ୱ

ଭୁବନେଶ୍ୱର,୨୪।୪: କୋଣାର୍କ-ଲିଉଗଙ୍ଗ ପକ୍ଷରୁ ଏକ ୨ଦିନିଆ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଯାଜପୁରଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଚାବି ହସ୍ତାନ୍ତର ସମାରୋହ ଓ ଅପରେଟର୍ସ ମିଟ୍‌ର ମଧ୍ୟ ଆୟୋଜନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶାର ପ୍ରଥମ ୯୨୪ଇ ଏକ୍ସଡି ଏସ୍କାଭେଟର ମଡେଲ ସହ ଅନ୍ୟ ଉପକରଣଗୁଡ଼ିକୁ ମଧ୍ୟ ଗ୍ରାହକଙ୍କୁ ହସ୍ତାନ୍ତର କରାଯାଇଛି। ଏ ସମ୍ପର୍କରେ ଲିଉଗଙ୍ଗ ଇଣ୍ଡିଆର ଓଡ଼ିଶା ରାଜ୍ୟ ସର୍ଭିସ୍‌ ମ୍ୟାନେଜର ଏସ୍‌. ମହାରଣା କହିଛନ୍ତି, ଓଡ଼ିଶାର ନିର୍ମାଣ ଓ ଖଣି ଶିଳ୍ପରେ ମାଇଲଖୁଣ୍ଟ ହାସଲର ଅଂଶ ହୋଇଥିବାରୁ ଆମେ ବେଶ୍‌ ଗର୍ବିତ। ପ୍ରଥମ ୯୨୪ଇ ଏକ୍ସଡି ଏସ୍କାଭେଟର ମଡେଲକୁ ହସ୍ତାନ୍ତର କରିବା ସହିତ ରକ୍ଷଣାବେକ୍ଷଣ ଉପରେ ଅପରେଟର ଓ ଡ୍ରାଇଭରମାନଙ୍କୁ ଆବଶ୍ୟକ ତାଲିମ ଦିଆଯାଇଥିଲା। ସେହିଭଳି କୋଣାର୍କ ଇନ୍‌ଫ୍ରାକୋର୍‌ର ପରିଚାଳନା ନିର୍ଦ୍ଦେଶକ କୌଶିକ ଦାସ କହିଛନ୍ତି, ଆମ ଗ୍ରାହକଙ୍କୁ ଗୁଣାତ୍ମକ ଉପକରଣ ଓ ତାଲିମ ପ୍ରଦାନ କରିବାକୁ ପ୍ରତିବଦ୍ଧ ରହିଛୁ। ଏପରିକି ଅପରେଟରମାନଙ୍କ ଲାଗି ସାର୍ଟିଫିକେସନ କାର୍ଯ୍ୟକ୍ରମ ଏବଂ କମ୍ପାନୀର ମେଶିନ ପ୍ରଦର୍ଶନ ଓ ଗ୍ରାହକ ସନ୍ତୁଷ୍ଟି ପ୍ରତି ଆମ ସମର୍ପଣ ଭାବର ପ୍ରତିଫଳନ। ସେହିପରି କୋଣାର୍କ ଇନ୍‌ଫ୍ରାକୋର୍‌ର ସିଜିଏମ୍‌ ପ୍ରଶାନ୍ତ କବି କହିଛନ୍ତି, କୋଣାର୍କ-ଲିଉଗଙ୍ଗର ଚାବି ହସ୍ତାନ୍ତର ସମାରୋହ ଓ ଅପରେଟର ମିଟ୍‌ ବେଶ୍‌ ସଫଳ ହୋଇଛି। ଆମର ମୂଲ୍ୟବାନ୍‌ ଗ୍ରାହକଙ୍କୁ ଓଡ଼ିଶାର ପ୍ରଥମ ୯୨୪ଇ ଏକ୍ସଡି ଏସ୍କାଭେଟର ମଡେଲର ଚାବି ହସ୍ତାନ୍ତର କରିବା ଏବଂ ୨୦୦ ଅପରେଟର ଏବଂ ଡ୍ରାଇଭରଙ୍କୁ ମେଶିନ ରକ୍ଷଣାବେକ୍ଷଣ ଉପରେ ତାଲିମ ପ୍ରଦାନ କରାଯାଇଛି।

Share