ହୁମା ସାପ୍ତାହିକ ଶୁଖୁଆ ହାଟକୁ କରୋନା ଛାଟ: କେବେ ଖୋଲିବ ଚାହିଁ ରହିଛନ୍ତି ଗ୍ରାହକ

ଗଞ୍ଜାମ,୧୭।୧୦(ଡିଏନଏ ): ଗଞ୍ଜାମ ଜିଲା ହୁମା ଏବଂ ପାଳୁରୁ ଜଙ୍କସନ ମଧ୍ୟଭାଗରେ ଜିଲାର ପ୍ରସିଦ୍ଧ ହୁମା ସାପ୍ତାହିକ ଶୁଖୁଆ ହାଟ ଅବସ୍ଥିତ l ଏହି ହାଟରେ ଶୁଖୁଆ ସମେତ ଘର କରଣ ସାମଗ୍ରୀ ସହ ବିଭିନ୍ନ ରକମର ପନିପରିବା ଆଦି ମିଳେ l ହୁମା, ଗଞ୍ଜାମ ଓ ରମ୍ଭା ଅଞ୍ଚଳର ଲୋକେ ଏହି ହାଟ ଉପରେ ନିର୍ଭର କରିଥାନ୍ତି l ମାସର ପ୍ରତି ରବିବାର ଏଠାରେ ହାଟ ଅନୁଷ୍ଠିତ ହେଉଥିବା ଯୋଗୁ ଶହ ଶହ ଲୋକ ବିଭିନ୍ନ ଜିନିଷ କିଣିବାକୁ ଭିଡ ଯମେଇଥାନ୍ତି l କିନ୍ତୁ କରୋନା କଟକଣା ଯୋଗୁ ଏହି ହାଟ ବନ୍ଦ ରହିଛି l କେବେ ପ୍ରଶାସନ ଠାରୁ ଏହି ହାଟ ଖୋଲିବାକୁ ଅନୁମତି ମିଳିବ ତାହାକୁ ଚାହିଁ ରହିଛନ୍ତି ସ୍ଥାନୀୟ ଅଞ୍ଚଳର ଗ୍ରାହକ l

Share