ନୂଆଦିଲ୍ଲୀ,୨୪।୪: କୋଭିଡ୍ -୧୯ ଟିକା ଆମଦାନୀ ଉପରେ କଷ୍ଟମ୍ ଡ୍ୟୁଟି ଛାଡ଼ କଲେ କେନ୍ଦ୍ର ସରକାର। ଅକ୍ସିଜେନ ଉପରୁ ମଧ୍ୟ ସ୍ବାସ୍ଥ୍ୟ ସେସ୍ ଛାଡ଼ କରାଯାଇଥିବା ଶନିବାର କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଫଳରେ କରୋନା ଟିକା ଶସ୍ତାରେ ମିଳିବା ନେଇ ବାଟ ଫିଟିଛି। ଏହା ଦେଶରେ ଅକ୍ସଜେନ ଅଭାବ ଦୂର କରିବା ଦିଗରେ ମଧ୍ୟ ସହାୟକ ହେବ। ବୈଠକରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ, ପୀୟୁଷ ଗୋଏଲ, ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ, ଏମ୍ସ ଡାଇରେକ୍ଟର ରଣଦୀପ ଗୁଲେରିଆ ଉପସ୍ଥିତ ଥିଲେ ।