ଟ୍ରେନ୍‌ରେ କଟି ୬ ମୃତ

ଯାଜପୁର ଅଫିସ,୭ା୬: ବାହାନଗା ଟ୍ରେନ୍‌ ଦୁର୍ଘଟଣା ମଣିଷ ମନରୁ ଲିଭି ନ ଥିବା ବେଳେ ବୁଧବାର ଆଉ ଏକ ଅଘଟଣ ଯାଜପୁରରୋଡ୍‌ ଷ୍ଟେଶନ ନିକଟରେ ଘଟିଛି। ଯାଜପୁର-କେନ୍ଦୁଝର ରୋଡ୍‌ ଷ୍ଟେଶନଠାରୁ କଟକ ଆଡ଼କୁ ପ୍ରାୟ ୨୦୦ ମିଟର ଦୂରତାରେ ଏକ ମାଲବାହୀ ଟ୍ରେନ୍‌ରେ କଟି ବୁଧବାର ୬ ଜଣଙ୍କ ମୃତ୍ୟୁ ଘଟିଛି। ବର୍ଷା ପବନ ଯୋଗୁ ମାଲ୍‌ବାହୀ ଟ୍ରେନ୍‌ ତଳେ କିଛି ଶ୍ରମିକ ଆଶ୍ରୟ ନେଇଥିବା ବେଳେ ଏହି ଅଘଟଣ ଘଟିଛି। ଆଜି ଅପରାହ୍ନରେ ଖୁବ୍‌ ଜୋର୍‌ରେ ବର୍ଷା ପବନ ଆସିବାରୁ ଶ୍ରମିକମାନେ ଏହି ମାଲ୍‌ବାହୀ ଟ୍ରେନ୍‌ ତଳେ ଆଶ୍ରୟ ନେଇଥିଲେ। ଏହି ସମୟରେ ସେଫ୍ଟି ଲାଇନ୍‌ରେ ଥିବା ଟ୍ରେନ୍‌ ଗଡ଼ିଥିଲା। ଫଳରେ ଏହି ଶ୍ରମିକମାନଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ କିଛି ଶ୍ରମିକ ଗୁରୁତର ଥିବା ଜଣାପଡ଼ିଛି।

 

Share