Categories: ଜାତୀୟ

ପ୍ରଶାସନିକ ବିଫଳତାରୁ ଦଳାଚକଟା

ହାଥରସ୍‌,୬ା୭: ଉତ୍ତରପ୍ରଦେଶର ହାଥ୍‌ରସ୍‌ ଜିଲାରେ ଭୋଲେ ବାବାଙ୍କ ସତ୍‌ସଙ୍ଗ କାର୍ଯ୍ୟକ୍ରମ ବେଳେ ଦଳାଚକଟା ଘଟି ୧୨୩ ଜଣଙ୍କ ମୃତ୍ୟୁ ହୋଇଥିଲା। ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶୁକ୍ରବାର ସକାଳେ ଉକ୍ତ ଅଞ୍ଚଳରେ ପହଞ୍ଚତ୍ ମୃତକମାନଙ୍କ ପରିବାର ସଦସ୍ୟଙ୍କୁ ଭେଟି ସମବେଦନା ଜଣାଇଛନ୍ତି। ପ୍ରଶାସନିକ ତ୍ରୁଟିରୁ ଦଳାଚକଟା ଘଟି ଏତେ ସଂଖ୍ୟାରେ ଲୋକଙ୍କ ଜୀବନ ଗଲା ଓ ବହୁ ପରିବାର ଅପୂରଣୀୟ କ୍ଷତି ସହିଲେ ବୋଲି କଂଗ୍ରେସ ନେତା କହିଛନ୍ତି। ତେବେ ସେ ଏହାକୁ ନେଇ ରାଜନୀତି କରିବାକୁ ଚାହୁଁନାହାନ୍ତି ବୋଲି ଆଲିଗଡ଼ର ପିଲାଖ୍‌ନାଠାରେ ମୃତକଙ୍କ ପରିବାର ସଦସ୍ୟଙ୍କୁ ଭେଟିବା ଅବସରରେ ଖବରଦାତାମାନଙ୍କୁ କହିଛନ୍ତି। ରାହୁଲଙ୍କ ସହ ଉତ୍ତରପ୍ରଦେଶ କଂଗ୍ରେସ ସଭାପତି ଅଜୟ ରାୟ, ରାଜ୍ୟ ପ୍ରଭାରୀ ଅବିନାଶ ପାଣ୍ଡେ, ଦଳର ମୁଖପାତ୍ର ସୁପ୍ରିୟା ଶ୍ରୀନେତ ଓ ଅନ୍ୟ କାର୍ଯ୍ୟକର୍ତ୍ତା ହାଥ୍‌ରସ ଯାଇଥିଲେ।

Share